ତ୍ରିଦିବସୀୟ ଶ୍ରୀ ଜୟଦେବ ଜୟନ୍ତୀ ଉଦଯାପିତ 

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-କୋଣାର୍କ ମେଡ଼ିକାଲ ଛକ ସ୍ଥିତ ଅର୍କେଶ୍ୱର ମଣ୍ଡପଠାରେ ସ୍ଥାନୀୟ ପ୍ରଶାସନ ଓ ଶ୍ରୀ ଜୟଦେବ କମିଟି ମିଳିତ ଆନୁକୂଲ୍ୟରେ ତ୍ରୀଦିବସୀୟ ଜୟଦେବ ଜୟନ୍ତୀ ସମାରୋହ ଉଦଯାପିତ ହୋଇଯାଇଅଛି । ଏହି ପରିପ୍ରେକ୍ଷୀରେ ତିନିଦିନ ଧରି ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ମାନେ ଗୀତିକବି ତଥା ଗୀତଗୋବିନ୍ଦ ରଚୟତା କବି ଶ୍ରୀ ଜୟଦେବଙ୍କ ବହୁମୁଖୀ ପ୍ରତିଭା ଓ ଅମ୍ଲାନ କିର୍ତ୍ତୀ ସ୍ମୃତିଚାରଣା କରିବା ସହ ଶ୍ରୀ ଜଗନ୍ନାଥ ସଂସ୍କୃତି ସହିତ ଜୟଦେବଙ୍କ ଭାବାବେଗକୁ ବର୍ଣ୍ଣନା କରିଥିଲେ ।  ତିନିଦିନ ଧରି ସଂସ୍କୃତ ବିଭାଗ ପକ୍ଷରୁ ଚେତନା ଧର୍ମୀ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ଦିବସ ମାନଙ୍କରେ ଜୟଦେବଙ୍କ ରଚନାରୁ କଣ୍ଠ ସଙ୍ଗୀତ, ସଂକୀର୍ତ୍ତନ ଓ ଜଗନ୍ନାଥ ସଂସ୍କୃତି ସହ ଜଡିତ ଓଡିଶୀ ନୃତ୍ୟକୁ କଳାକାର ମାନେ ପରିବେଷଣ କରିଥିଲେ । ଶ୍ରୀ ଜୟଦେବ କମିଟିର କର୍ମକର୍ତ୍ତା ମାନଙ୍କ ସହିତ ସ୍ଥାନୀୟ ପ୍ରଶାସନ ଅଧିକାରୀ ମାନେ ଉପସ୍ଥିତ ରହି ଏହି ତ୍ରୀଦିବସୀୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟପଟେ ଶ୍ରୀଜୟଦେବଙ୍କ ସ୍ମୃତିକୁ ଉଜ୍ଜଵୀତ ରଖିବାପାଇଁ ଚନ୍ଦ୍ରଭାଗା ଠାରେ ଥିବା ଜୟଦେବ ବାଟିକା ଓ ପ୍ରତିମୂର୍ତ୍ତି ପୁନଃରଉଦ୍ଧାର ସହ ସୁରକ୍ଷା ଦେବା ପାଇଁ ପ୍ରଶାସନ ଏବଂ ଜୟଦେବ କମିଟିର କର୍ମକର୍ତ୍ତା ମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ପ୍ରକାଶ ପାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ