୨ ଆୟୁର୍ବେଦିକ ଚିକିତ୍ସକଙ୍କ ଅବସର ଗ୍ରହଣ

ବାଲେଶ୍ୱର, (ସରୋଜ ପଣ୍ଡା) :-ଓଡ଼ିଶା ସରକାରୀ ଆୟୁର୍ବେଦିକ ଚିକିତ୍ସକ ସଂଘ (ଓଜିଏପିଏ) ପକ୍ଷରୁ ଅବସର ପ୍ରାପ୍ତ ଜିଲା ଆୟୁର୍ବେଦିକ ଚିକିତ୍ସକ ଡାକ୍ତର ହରିଶ କୁମାର ପାଣରିଗ୍ରାହୀ ଓ ଡାକ୍ତର ସୁଧାଂଶୁବାଳା ପଟ୍ଟନାୟକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ରାଣୀପାଟଣା ଆମନ୍ତ୍ରଣ କଲ୍ୟାଣ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଘର ବାଲେଶ୍ୱର ଶାଖା ସଭାପତି ଡାକ୍ତର ଅନୀଲ କୁମାର ଦାଶ ସଭାପତିତ୍ୱ କରିଥିଲେ । ସଭା ପ୍ରାରମ୍ଭରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲା ଆୟୁର୍ବେଦିକ ଚିକିତ୍ସକ ଡାକ୍ତର ବୈକୁଣ୍ଠ ନାଥ ମଲିକଙ୍କୁ ସ୍ୱାଗତ କରାଯାଇଥିଲା । ଡାକ୍ତର ତପସ୍ୱିନୀ ମିଶ୍ର, ଡାକ୍ତର ରାଜୀବ କୁମାର ମାଝୀ, ଡାକ୍ତର ଇତିଶ୍ରୀ ଦାସ, ଡାକ୍ତର ସୟଦ ମୁଜାସିଲ ଅଲି, ଡାକ୍ତର ଅଜୟ କୁମାର ସେଣ୍ଢ, ଡାକ୍ତର ପୁଷ୍ପଲତା ପଣ୍ଡା, ସେକ୍ସନ ଅଫିସର ହିମାଂଶୁ ଶେଖର ଦାସ ପ୍ରମୁଖ ଏଥିରେ ଯୋଗଦେଇ ଦୁଇ ଅବସରପ୍ରାପ୍ତ ଚିକିତ୍ସକଙ୍କୁ ମାନପତ୍ର, ଉତ୍ତରୀୟ ଓ ପଢୌକନ ପ୍ରଦାନ ସମ୍ବର୍ଦ୍ଧିତ କରିଥିଲେ । ଚାକିରି କାର୍ଯ୍ୟକାଳ ମଧ୍ୟରେ ଦୁଇ ଚିକିତ୍ସକଙ୍କ ନିଷ୍ଠାପୂର୍ଣ୍ଣ ତଥା ସମୟାନୁବର୍ତ୍ତିତା ଏବଂ ଦାୟିତ୍ୱବୋଧ କାର୍ଯ୍ୟଧାରା ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇ ରହିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଡାକ୍ତର ଓ କର୍ମଚାରୀ ସେମାନଙ୍କ ନିରାମୟ ଜୀବନ କାମନା କରିଥିଲେ । ସମ୍ବର୍ଦ୍ଧିତ ଅବସରରେ ଡାକ୍ତର ପାଣିଗ୍ରାହୀ ଓ ଡାକ୍ତର ପଟ୍ଟନାୟକ ନିଜର ଚାକିରୀ ଜୀବନର ଅନୁଭୁତି ଓ ସହର୍କମୀଙ୍କ ସହଯୋଗୀ ମନୋଭାବ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଟ ଜ୍ୟୋତି ମିଶ୍ର, କିରାଣୀ ଅମ୍ବିକା ପ୍ରସାଦ ମହାପାତ୍ର, ଡାକ୍ତର ସୁଭଦ୍ରା ବେହେରା, ଡାକ୍ତର ଜୟନ୍ତ ପ୍ରଧାନ ପ୍ରମୁଖ ଏଥିରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଡାକ୍ତର ସମୀର ଛାଟୋଇ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ