ତ୍ରିଦେଶୀୟ ଆନ୍ତଃର୍ଜାତୀୟ ମାଷ୍ଟର କ୍ରୀଡା ପ୍ରତିଯୋଗିତାରେ ୨୦୨୨
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ନେପାଳ ଦେଶର ପୋଖରାରେ ନେସନାଲ ଷ୍ଟାଡିୟମରେ ତ୍ରିଦେଶୀୟ ଆନ୍ତଃର୍ଜାତୀୟ ମାଷ୍ଟର କ୍ରୀଡା ପ୍ରତିଯୋଗିତାରେ ୨୦୨୨ ଏସ କେ ବି ଏଫ ତରଫରୁ ଆୟୋଜିତ ହୋଇଥିଲା। ଏହି କ୍ରୀଡା ପ୍ରତିଯୋଗିତାରେ ତିନୋଟି ଦେଶର ସାତ ଶହ ରୁ ଉର୍ଦ୍ଧ୍ବ ଖେଳାଳୀ ଭାଗ ନେଇଥିବା ବେଳେ ଓଡିଶାରୁ ୭ ଜଣ ଭାଗ ନେଇଥିଲେ।ଏଥିରେ ଭାରତ ନେପାଳ ଏବଂ କାଟିଆର କୁ ନେଇ ତ୍ରିଦେଶୀୟ ଆନ୍ତଃର୍ଜାତୀୟ କ୍ରୀଡ଼ା ହୋଇ ଥିଲା।ଏଥିରେ କିଶୋର ଚନ୍ଦ୍ର ରଥ ୧୦୦ ମିଟର ରେ ଦ୍ୱିତୀୟ ସ୍ଥାନ, ଲଙ୍ଗ ଜମ୍ପ ରେ ଦ୍ୱିତୀୟ ସ୍ଥାନ ଏବଂ ତ୍ରିପୁଲ ଜମ୍ପ ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।ଏହି ଆନ୍ତଃର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶାର ୭ ଜଣ ଭାଗ ନେଇଥିବା ବେଳେ ୩ ଜଣ ମେଡାଲିଷ୍ଟ ହାସଲ କରିଛନ୍ତି।


