ତ୍ରିପୁରାରେ ବିଜେପିର ବର୍ବର ଆକ୍ରମଣ ବିରୁଦ୍ଧରେ ଗଜପତି ସିପିଆଇ(ଏମ୍)ର ପ୍ରତିବାଦ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କେନ୍ଦ୍ରରେ ମୋଦୀ ସରକାର କ୍ଷମତା ଦଖଲ କଲାପରେ ଦେଶରେ ସାଂପ୍ରଦାୟିକ ହିଂସା ବଢିବାରେ ଲାଗିଛି । ଦଳିତ ସଂଖ୍ୟାଲଘୁ, ଖ୍ରୀଷ୍ଟିୟାନ, ମୁସଲମାନମାନଙ୍କ ସମେତ କମ୍ୟୁନିଷ୍ଟମାନଙ୍କ ଉପରେ ଆକ୍ରମଣ ଦିନକୁ ଦିନ ବଢୁଛି । ସରାକର ନିର୍ବାଚିତ ବେଳେ ଯେଉଁ ବୟାନ ଦେଇଥିଲେ ତାହା ପଣିର ଗାର ହୋଇଛି । ପ୍ରଥମେ ଶ୍ରମଆଇନ ସଂଶୋଧନ, ଚାଷି ବିରେଧି ବିଲ୍ ଆଣିବା ଫଳରେ ଶ୍ରମିକ କୃଷକମାନଙ୍କର ଅବସ୍ଥା ସଙ୍କଟାପନ୍ନ ମଧ୍ୟ ଦେଇ ଗତି କରୁଛି । ଏପଟେ କରୋନାକୁ ମୁକାବିଲା କରିବାରେ କେନ୍ଦ୍ରସରକାର ବିଫଳ । ଏହି ବିପଦ ସମୟରେ ଲୋକଙ୍କୁ ସହାୟତା ଦେବା ପାଇଁ ସିପିଆଇ(ଏମ୍) ଦେଶବ୍ୟାପୀ ଆନ୍ଦୋଳନ ଚଳାଇଛି । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ହାଇସ୍କୁଲ ଛକ ଠାରେ ଗଜପତି ଜିଲ୍ଲା ସିପିଆଇ(ଏମ)ର ନେତା ଓ କର୍ମୀମାନେ ମୋଦି ସରକାର ତଥା କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେବା ସହ ଉକ୍ତ ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ଦାବି କରିଛନ୍ତି । ସେହି ଭଳି ତ୍ରିପୁରାରେ ଯେମିତି ଗଣତନ୍ତ୍ରକୁ ସମ୍ପୂର୍ଣ୍ଣ ଧ୍ୱସଂ କରାଯାଇଛି ତାର ମଧ୍ୟ ସମାଧାନ କରିବା ପାଇଁ ଦାବି କରାଯାଇଛି । ଏହି ପ୍ରତିବାଦ ସଭାରେ ଜିଲ୍ଲା କମିଟି ତରଫରୁ ରାଜ୍ୟ କମିଟି ସଭ୍ୟ ଯତୀନ ମହାନ୍ତି, ଜିଲ୍ଲା କମିଟି ସଭ୍ୟ କେ.ମିନାରାଓ, କାର୍ତ୍ତୀକ ଶବର, ମୋହିତ ମିଶ।।ଲ, ସିମେନ୍ଦ୍ର ଶବର, ଶୁକୁ ଶର, ନାଗେଶ୍ୱର ଶବର ପ୍ରମୁଖଯୋଗ ଦେଇ ଜନଗଣ ଏକାଠି ହେବାକୁ ନିବେଦନ କରିଥିଲେ ।