ତ୍ରୟୋଦଶ ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଉଦଘାଟିତ

ନିମାପଡ଼ା, (ସନ୍ତୋଷ ଦାଶ):ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ଵାରା ଚନ୍ଦ୍ରଭାଗା ସ୍ବର୍ଣ୍ଣାଭ ବେଳାଭୂମି ଠାରେ ଆୟୋଜିତ ତ୍ରୟୋଦଶ ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଆଜି ସଂଧ୍ୟାରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ୫ ଦିନ ବ୍ୟାପି ଚାଲିବାକୁ ଥିବା ଏହି ଉତ୍ସବର ପ୍ରଥମ ଦିନରେ ଓଡ଼ିଶାର ପର୍ଯ୍ୟଟନ ଓ ସଂସ୍କୃତି ବିଷୟବସ୍ତୁ ଉପରେ ଆଧାରିତ ବାଲୁକା କଳା କୁ ଶିଳ୍ପୀ ମାନେ ପ୍ରଦର୍ଶିତ କରିଛନ୍ତି । ବାଲୁକା କଳା ହଜାର ହଜାର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି। ଚଳିତ ବର୍ଷ ପାଞ୍ଚଜଣ ବିଦେଶୀ କଳାକାର ଓ ଆମ ରାଜ୍ୟ ସମେତ ୧୦ଟି ରାଜ୍ୟର ବାଲୁକା ଶିଳ୍ପୀ ଏହି ଉତ୍ସବରେ ଅଂଶ ଗ୍ରହଣ କରିଛନ୍ତି । ୩୫ ଟି ଷ୍ଟଲ ରେ ଶିଳ୍ପୀମାନେ ବାଲୁକା କଳା ପ୍ରଦର୍ଶିତ କରିଛନ୍ତି । ଆଜିର ଉଦଘାଟନୀ ସମାରୋହରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ସମ୍ମାନିତ ଅତିଥି ଭାବେ ରାଜ୍ୟ କ୍ରୀଡା ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା , ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟନାୟକ , ଓ ଟି ଡି ସି ର ଅଧ୍ୟକ୍ଷ ଲେଲିନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ବାଲୁକା କଳା ଦେଖିବାକୁ ଚନ୍ଦ୍ରଭାଗା ବେଳାଭୂମି ଠାରେ ପ୍ରବଳ ଜନ ସମାଗମ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ