ଥାନା ଭିତରେ ମହିଳାଙ୍କୁ ଆକ୍ରମଣ ଘଟଣା: ଦୋଷୀ ବିରୁଦ୍ଧରେ କାର୍ଯାନୁଷ୍ଠାନ ଦାବୀ କଲା ବିଜେପି
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ଥାନା ଅଧିନ ଟିଲୋ ମାଳିସାହି ଗ୍ରାମର କିଛି ଅସାମାଜିକ ଯୁବକ ଟିଲୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଜେପି ନେତ୍ରୀଙ୍କ ସମେତ ଗ୍ରାମବାସୀ ମାନଙ୍କୁ ଗାଳିଗୁଲଜ କରିବା ନେଇ ଗତ ଶନିବାର ରାତିରେ ସଂପୃକ୍ତ ଗ୍ରାମର ମହିଳା ମାନେ ଥାନା ଘେରାଉ କରିଥିଲେ । ମାତ୍ର ଥାନା ପରିସରରେ ଉପସ୍ଥିତ ଅସାମାଜିକ ଯୁବକ ମାନେ ମହିଳା ମାନଙ୍କୁ ଢେଲାପଥର ମାରିବା ସହ ଆକ୍ରମଣ କରିଥିଲେ । ଏଥିନେଇ ପୋଲିସ ପକ୍ଷରୁ ଦୁଇଟି ମାମଲା ରୁଜ୍ଜୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ । ଏହି ଘଟଣାର ଅନୁଧ୍ୟାନ ପାଇଁ ଜିଲା ବିଜେପିର ୬ ଜଣିଆ ପ୍ରତିନିଧି ଦଳ ସଂପୃକ୍ତ ଗ୍ରାମରେ ପହଞ୍ôଚ ଆକ୍ରମଣର ଶୀକାର ହୋଇଥିବା ମହିଳା ଓ ଗ୍ରାମବାସୀ ମାନଙ୍କୁ ଭେଟି ପଚାରି ବୁଝିଥିଲେ । ଏଥିସହ ଉକ୍ତ ପ୍ରତିନିଧି ଦଳ ବନ୍ତ ଆଇଆଇସି ଗଣେଶ୍ୱର ପ୍ରଧାନଙ୍କୁ ଭେଟି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବିଜେପି ପକ୍ଷରୁ ଥାନା ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ଜିଲା ବିଜେପି ସଭାପତି ବଦ୍ରୀ ନାରାୟଣ ଧଳ, ଜିଲ୍ଲା ସଂପାଦିକା ମାଳତୀଲତା ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ପ୍ରଦୀପ୍ତ ବିଶ୍ୱାଳ, ଧାମନଗର ଜିଲା ପରିଷଦ ସଭ୍ୟା ରଂଜିତା ସ୍ୱାଇଁ, ଜିଲା ଲିଗାଲ ସେଲର ଆବାହକ ବନମାଳୀ ଜେନା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତପନ ବାରିକ ପ୍ରମୁଖ ଥିଲେ । ଏହି ଅବସରରେ ବନ୍ତ ମଣ୍ଡଳ ସଭାନେତ୍ରୀ ପଙ୍କଜିନୀ ଲେଙ୍କା ଉପସ୍ଥିତ ଥିଲେ ।