ଦକ୍ଷତାର ସଠିକ ଉପଯୋଗ କରିପାରିଲେ ସଫଳତା ମିଳିଥାଏ
ହାଟଡ଼ିହି, : ଦକ୍ଷତାର ସଠିକ ଉପଯୋଗ କରିପାରିଲେ ସଫଳତା ମିଳିଥାଏ ବୋଲି ଗୌରବ କଲେଜ ପକ୍ଷରୁ ଅନୁଷ୍ଠିତ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପ୍ରତିଯୋଗୀତା କାର୍ଯ୍ୟକ୍ରମରେ ଅତିଥିମାନେ ମତପ୍ରକାଶ କରିଛନ୍ତି । ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ଏଥିଲାଗି ଆୟୋଜିତ ପରୀକ୍ଷାରେ ୨୦ଟି ହାଇସ୍କୁଲର ୧୨୦ଜଣ ଛାତ୍ରଛାତ୍ରୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଭାଗନେଇଥିଲେ । ତନ୍ମଧ୍ୟରୁ ସୁଜଲ କୁମାର ଶାସିନି ପ୍ରଥମ, ପ୍ରକାଶ କୁମାର ଧଳ ଦ୍ୱିତୀୟ, ସଞ୍ଜିବନୀ ନାୟକ ତୃତୀୟ, ପ୍ରେରଣା ଦାସ ୪ର୍ଥ, ସାଗରୀକା ସାହୁ ୫ମ, ଦିବ୍ୟାଶା ସାହୁ ୬ଷ୍ଠ, ମନସ୍ୱୀତା ମହାଳିକ ୭ମ, ରଜତ କୁମାର ଦାସ ୮ମ, ସନ୍ତୋଷ କୁମାର ବେହେରା ୯ମ, ସୁର୍ଯ୍ୟନାରାୟଣ ଜେନା ଦଶମ ସ୍ଥାନ ହାସଲ କରିଥିଲେ । ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଗୌରବ କଲେଜର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଖଣ୍ଡାୟୀ, ଶିକ୍ଷା ଉପଦ୍ଦେଷ୍ଟା ତଥା ପ୍ରଶାସନିକ ଅଧିକାରୀ ଦିନବନ୍ଧୁ ପଣ୍ଡା, ଶିକ୍ଷାବିତ ତପୋଧନ ସ୍ୱାଇଁ, ନବ କିଶୋର ବିଶ୍ୱାଳ, ସରୋଜ କୁମାର ପତି, ରବିନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇ ଦକ୍ଷତାର ସଠିକ ଉପଯୋଗ କରିପାରିଲେ ସଫଳତା ମିଳିଥାଏ ବୋଲି ମତଦେଇଥିଲେ । ସମଗ୍ର ଉପଖଣ୍ଡରେ ଏହିପରି କାର୍ଯ୍ୟକ୍ରମ କରି ମେଧାବୀ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ଶିକ୍ଷାଦାନ ଯୋଗାଇଦେବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷକ ଶିଶିର କୁମାର ବିଶ୍ୱାଳ, ମାଧବାନନ୍ଦ ଜେନା, ରାଧାକୃଷ୍ଣ ପତି, ଶାନ୍ତନୁ କୁମାର ରାଉତ, ଲକ୍ଷ୍ମୀକାନ୍ତ ମିଶ୍ର, ପ୍ରଦୀପ କୁମାର ସ୍ୱାଇଁ, ମୃତ୍ୟୁଞ୍ଜୟ ପଲେଇ, ମହେନ୍ଦ୍ର କୁମାର ଜେନା, ବିଜୟ କୁମାର ଷେଣ୍ଢ, ପରମାନନ୍ଦ ପରିଡା, ଅନିରୁଦ୍ଧ ସେଠୀ, ସୁଧାଶୁଂ ରାଉତ, ପ୍ରସନ୍ନ ବେହେରା, ନରେନ୍ଦ୍ର କୁମାର ବେହେରା, ଆନନ୍ଦ ଚନ୍ଦ୍ର ସାହୁ, ସାରଦା ପ୍ରସନ୍ନ ଜେନା, ପରେଶ କୁମାର ଦ୍ୱିବେଦୀ, ପ୍ରମୁଖ ପରୀକ୍ଷା ପରିଚାଳନା କରିଥିବାବେଳେ ରମେଶ ନାୟକ, ସତ୍ୟବ୍ରତ ବିଶ୍ୱାଳ, ପର୍ଶୁରାମ ନାୟକ, ସୌଦାମିନୀ ମଣ୍ଡଳ, କନକଲତା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।