ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅନ୍ତର୍ଗତ ପ୍ରଶିକ୍ଷଣ ସଂସ୍ଥାର ପୁନଃକଳ୍ପନା

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ (ଏମଏସଡିଇ) ଅନ୍ତର୍ଗତ ‘ରିଇମାଜିନେସନ ଅଫ୍ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ସ’ (ପ୍ରଶିକ୍ଷଣ ସଂସ୍ଥାର ପୁନଃକଳ୍ପନା) ଉପରେ ଆୟୋଜିତ ମାନସ ମନ୍ଥନ ଅଧିବେଶନରେ ସାମିଲ୍ ହୋଇଛନ୍ତି। ଏହି ଅବସରରେ ଏମଏସଡିଇର ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଏମଏସଡିଇର ସଚିବ ରାଜେଶ ଅଗ୍ରୱାଲ ତଥା କାପାସିଟି ବିଲ୍ଡିଂ କମିଶନ, ପ୍ରଶିକ୍ଷଣ ମହାନିର୍ଦ୍ଦେଶାଳୟ (ଡିଜିଟି), ରାଷ୍ଟ୍ରୀୟ କୌଶଳ ପ୍ରଶିକ୍ଷଣ ସଂସ୍ଥାନ (ଏନଏସଟିଆଇ), ରାଷ୍ଟ୍ରୀୟ ଉଦ୍ୟମିତା ଏବଂ ଲଘୁ ବ୍ୟବସାୟ ବିକାଶ ସଂସ୍ଥାନ (ଏନଆଇଇଏସବିୟୁଡି) ତଥା ଦକ୍ଷତା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ପ୍ରଯୁକ୍ତି ଦ୍ରୁତ ଗତିରେ ଆମର ଦୁନିଆଁକୁ ପରିବର୍ତ୍ତନ କରୁଛି। ଶିକ୍ଷା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ପର୍ଯ୍ୟନ୍ତ, କୃଷି ଠାରୁ ଅର୍ଥ ପର୍ଯ୍ୟନ୍ତ ପ୍ରତି କ୍ଷେତ୍ରରେ ପ୍ରଯୁକ୍ତି ଅଭୂତପୂର୍ବ ବିକାଶର ସାକ୍ଷୀ ହେଉଛି। ସେ କହିଛନ୍ତି ଯେ ଏହାଦ୍ବାରା ନୂଆ ଅବସର ଏବଂ ନୂଆ ଦକ୍ଷତା ସୁଯୋଗର ଆବଶ୍ୟକତା ସୃଷ୍ଟି ହେଉଛି। ଜୋର ଦେଇ କହିଛନ୍ତି ଯେ ୨୧ଶ ଶତାବ୍ଦୀରେ ଏକ ଉତ୍କୃଷ୍ଟ ଶ୍ରମଶକ୍ତିର ବିକାଶ ପାଇଁ ପ୍ରଶିକ୍ଷକମାନଙ୍କ କ୍ଷମତା ବୃଦ୍ଧି କରିବା ବହୁତ ମହତ୍ତ୍ବପୂର୍ଣ୍ଣ ଅଟେ। ସେ କହିଛନ୍ତି ଯେ ତାଲିମ୍ ସଂସ୍ଥାର ଦକ୍ଷତା ଇକୋ-ସିଷ୍ଟମକୁ ମଜବୁତ୍ କରିବା ପାଇଁ ବ୍ୟାପକ ଓ ଭବିଷ୍ୟତ ଉପଯୋଗୀ କୌଶଳ ପାଇଁ ଆମକୁ ଆହୁରି ଅଧିକ ଧ୍ୟାନ ଦେବାକୁ ହେବ। ଆମକୁ ଆଗାମୀ ତିନି ବର୍ଷରେ ୨୫ଲକ୍ଷ ପ୍ରଶିକ୍ଷକଙ୍କୁ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ଦକ୍ଷ ପ୍ରଶିକ୍ଷକଙ୍କୁ ପ୍ରସ୍ତୁତ କରିବାର ଆମର ସମସ୍ତ ପ୍ରଚେଷ୍ଟା ଏମଏସଡିଇ ଅନ୍ତର୍ଗତ ପ୍ରଶିକ୍ଷଣ ସଂସ୍ଥାରେ କେନ୍ଦ୍ରିତ ହେବ। ସେ କହିଛନ୍ତି ଯେ ଏହି ପ୍ରଶିକ୍ଷକମାନେ ଆଗାମୀ ପୀଢ଼ିର ଶ୍ରମଶକ୍ତିର ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ଦକ୍ଷତା କେନ୍ଦ୍ର ଭାବରେ ବିକଶିତ କରିବାର ପରିକଳ୍ପନା କରିଛନ୍ତି।ପ୍ରଧାନ ଭାରତକୁ ବିଶ୍ବର କୌଶଳ ରାଜଧାନୀ କରିବା ପାଇଁ ତଥା ଆମର କୌଶଳ ଇକୋ-ସିଷ୍ଟମକୁ ଉନ୍ନତ କରିବା ଦିଗରେ ଅଧିକ ସଂସ୍କାର, ସଂସ୍ଥାଗତ ପରିବର୍ତ୍ତନ, ନୂତନ ଚିନ୍ତାଧାରା, ଆନ୍ତର୍ଜାତୀୟ ସହଯୋଗ ଏବଂ ପ୍ରଯୁକ୍ତିର ବ୍ୟବହାର କରିବା ପାଇଁ ଆହ୍ବାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ