ବିଧାୟକଙ୍କ ଦ୍ୱାରା କେର-୩୨ ଦନ୍ତ ଚିକିତ୍ସାକେନ୍ଦ୍ର ଉଦଘାଟିତ

ଛତ୍ରପୁର, (ଦେବଦତ୍ତ ମହାରଣା):ମନୁଷ୍ୟ ନିଜେ ସୁସ୍ଥ ରହିବା ପାଇଁ ହେଲେ ନିଜ ଶରୀରରେ ଥିବା ସମସ୍ତ ଅଙ୍ଗ ପ୍ରତ୍ୟେଙ୍ଗ ଗୁଡିକର ଯତ୍ନ ନେବା ଆବଶ୍ୟକ । ସେଗୁଡିକର ଉଚିତ୍ ଯତ୍ନ ନେବା ପାଇଁ କିମ୍ବା ସେ ଗୁଡିକର କୌଣସି ଅସୁବିଧା ହେଲେ ସେଥିପାଇଁ ଭିନ୍ନ ଭିନ୍ନ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବାକୁ ପଡିଥାଏ । ହେଲେ ସେଗୁଡିକୁ ମଧ୍ୟରୁ ଆମ ଶରୀରରେ ଥିବା ଦାନ୍ତ ନିଜ ମୁହଁର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ସହିତ ପାଚନ କ୍ରିୟା ଆଦିରେ ମଧ୍ୟ ସାହାର୍ଯ୍ୟ କରିଥାଏ । ଏଣୁ ଦାନ୍ତ ର ଉଚିତ୍ ଯତ୍ନ ନେବା ଏବଂ ଦାନ୍ତ ରେ କୌଣସି ସମସ୍ୟା ସୃଷ୍ଟି ହେଲେ ତାହାର ସମାଧାନ କରିବା ଲକ୍ଷ୍ୟ ନେଇ ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ କେର-୩୨ ନାମକ ଏକ ଦନ୍ତ ଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ ହୋଇଯାଇଛି ।ଏହି କେନ୍ଦ୍ରର ଦାୟିତ୍ୱ ଡାକ୍ତର ଅଭିଷେକ ପାତ୍ର ରହିଛନ୍ତି । ଏହି କେନ୍ଦ୍ରକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ସୁପରିଟେଣ୍ଡେଣ୍ଟ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର, ଛତ୍ରପୁର ପ୍ରେସ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣା, ୟୁଥ ମାସ ସେବା ସଂଘର ସମ୍ପାଦକ ସୟଦ ମୁକ୍ତାର ପ୍ରମୁଖ ଯୋଗ ଦେଇ ଲୋକଙ୍କୁ ସୁଲଭ ମୁଲ୍ୟରେ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୋଡାମାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଇ. ପ୍ରଦୀପ କୁମାର ପାତ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଇ. କନ୍ୟା କୁମାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ