ଦକ୍ଷିଣାଞ୍ଚଳ ଆର୍ଡିସିଙ୍କ ଗଜପତି ଗସ୍ତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାକୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି.ଆପଙ୍ଗ ଆଓ ଗସ୍ତକରି କରୋନା ଜନିତ ବିଭିନ୍ନ ପଦକ୍ଷେପ ଉପରେ ସମୀକ୍ଷା କରିବା ସହ ସରକାରଙ୍କ ଲକ୍ଡାଉନ୍କୁ କଡାକଡି ଭାବେ ପାଳନ କରିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗତକାଲି ସକାଳ ସମୟରେ ପ୍ରଥମେ ଆର୍.ଡି.ସି. ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥିତ କମଳାପୁର ଠାରେଥିବା କ୍ୱାରେଣ୍ଟାଇନ କେନ୍ଦ୍ରକୁ ପରିଦର୍ଶନ କରି ସେଠାରେ ସମସ୍ତ ବ୍ୟବସ୍ଥା ବୁଲି ଦେଖିଥିଲେ । ପରେ ସେ ଚାନ୍ଦିପୁଟ ଠାରେଥିବା ପଞ୍ଚାୟତ ସ୍ଥରୀୟ ସ୍ୱାସ୍ଥ୍ୟ କେନ୍ଦ୍ରର ପରିଦର୍ଶନ କରିଥିବାର ଜଣାପଡିଛି । ପରେ ଅପରାହ୍ନରେ ସେ ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ଆର୍.ସୀତାପୁର ଠାରେଥିବା କୋଭିଡ-୧୯ ସ୍ୱତନ୍ତ୍ର ଅସ୍ଥାୟୀ ଚିକିତ୍ସାଳୟ ପରିଦର୍ଶନରେ ଯାଇ ସେଠାକାର ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ଏବଂ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ପାଇଁ କେଉଁଭଳି ପଦକ୍ଷେପ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ତାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ । ସେ ସ୍ୱତନ୍ତ୍ର ଚିକିତ୍ସାଳୟ ପହଞ୍ôଚବା ସମୟରେ ତାଙ୍କୁ ଜିଲ୍ଲାପାଳ ଅନୁପମ ସାହା ଏବଂ ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖ ସ୍ୱାଗତ ଜଣାଇବାସହ ପାଛୋଟି ନେଇଥିଲେ । ସେଠାରେ ସେ ଚିକିତ୍ସାଳୟ ପରିଦର୍ଶନ କରିବା ସହ ଜିଲ୍ଲାପାଳ ଏବଂ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଗୁନୁରାଣୀ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ । ଏହାପରେ ସେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପହଞ୍ôଚ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ କରୋନା ମୁକାବିଲାପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ କିପରି ବ୍ୟବସ୍ଥା ଏବଂ ପଦକ୍ଷେପ ନିଆଯାଇଛି ସେ ବିଷୟରେ ସମସ୍ତ ଅନୁଧ୍ୟାନ କରିବା ସହ ଲକ୍ଡାଉନ୍କୁ ଠିକ୍ ଭାବେ ପାଳନ କରିବାପାଇଁ ସମସ୍ତଙ୍କୁ ଅବଶ୍ୟକ ସଚେତନ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଥିଲେ ।


