ଦକ୍ଷିଣାଞ୍ଚଳ ଡି.ଆଇ.ଜି ଙ୍କ ଖଲ୍ଲିକୋଟ ଥାନା ପରିଦର୍ଶନ
ଖଲ୍ଲିକୋଟ,(ସିଲୁ ବିଶ୍ୱାଳ): ଦକ୍ଷିଣାଞ୍ଚଳ ଡି.ଆଇ.ଜି ସତ୍ୟବ୍ରତ ଭୋଇ ଖଲ୍ଲିକୋଟ ଥାନା ପରିଦର୍ଶନ କରି ବିଭିନ୍ନ ମାମଲା ଗୁଡିକ ର ସମୀକ୍ଷା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଗଂଜାମ ଏସ.ପି ବ୍ରିଜେଶ କୁମାର ରାୟ ଓ ଛତ୍ରପୁର ଏସ.ଡି. ପିଓ ଗୌତମ କିସାନ, ସମେତ ଖଲ୍ଲିକୋଟ ଥାନା ଅଧକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ଉପସ୍ଥିତିରେ ଖଲ୍ଲିକୋଟ ଥାନା ଅଂଚଳରେ ଗତ ୨ ବର୍ଷ ଧରି ବିଭିନ୍ନ ମାମଲା ଗୁଡିକ ର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ସହ ଥାନାରେ ଥିବା ବିଭିନ୍ନ କର୍ମଚାରୀ ମାନଙ୍କ ର ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ଥାନା କୁ ଆସୁଥିବା ମହିଳା ,ବୃଦ୍ଧ , ଓ ଅନ୍ୟାନ୍ୟ ବର୍ଗର ଲୋକମାନଙ୍କ ର ଏତଲା ଗୁଡିକ ର ତ୍ୱରିତ ବିଚାର କରିବା ସହ ସେମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ l ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ବିଭିନ୍ନ ପ୍ରଶ୍ନ ର ଉତ୍ତର ଦେଇ ଖଲ୍ଲିକୋଟ ଥାନା ଅଂଚଳରେ ୨ ଜଣ ଏସ.ଆଇ ଟୁନା ପୀଡ଼ିକା ଓ ସିଲୁ ଧଳଙ୍କ ନାରୀ ନିର୍ଯାତନା ମାମଲା ସମ୍ପର୍କରେ ଉତ୍ତର ଦେଇ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାଲୁ ରହିଥିବା ପ୍ରକାଶ କରିଥିଲେ l ସେହିପରି ଖଲ୍ଲିକୋଟ ଥାନା ଅଂଚଳ ରେ ଗତ ୨ବର୍ଷ ମଧ୍ୟରେ ମାତ୍ର ୪ ଗୋଟି ଜାତୀୟ ରାଜପଥ ଡକାୟତି ମାମଲା ହୋଇଥିବାବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରହିବ ସହ କୋଭିଡ ସମୟରେ ପୋଲିସ କର୍ମଚାରୀ ମାନଙ୍କ ସହଯୋଗ ନେଇ ସନ୍ତୋଷ ପ୍ରକାଶ କରିଥିଲେ l ସର୍ବୋପରି ଖଲ୍ଲିକୋଟ ଥାନା ଅଂଚଳରେ ଚାଲିଥିବା ବେଆଇନ ମଦ କାରବାରକୁ ରୋକିବା ପାଇଁ ବିଭିନ୍ନ ଦିଗପ୍ରତି ଧ୍ୟାନ ଦେଇ ଅବକାରୀ ବିଭାଗ ର ସହଯୋଗରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପ୍ରକାଶ କରିଥିଲେ l ସେହିପରି କୋଦଳା ଥାନା ଅଧକାରୀ ଦେବାଶିଷ ମହାନ୍ତି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନୂତନ ବ୍ରହ୍ମପୁର ଗ୍ରାମର ରାମ ପାଳ ନାମକ ଜଣେ ପିଲାକୁ ଦୀର୍ଘ ୧୨ ଦିନ ଧରି ଖେଳ ପଡିଆ ରୁ ଉଠାଇନେଇଥିବା ମାମଲା ସମ୍ପର୍କ ରେ ଉତ୍ତର ଦେଇ ପିଟିସନ ମିଳିଲେ ଏ ସମ୍ପର୍କରେ ସମ୍ପୃକ୍ତ ଥାନା ଅଧକାରୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଥିଲେ l ଡି.ଆଇ.ଜି ଙ୍କ ଆଗମନ ଉପଲକ୍ଷେ ପୋଲିସ କର୍ମଚାରୀମାନେ ଗାର୍ଡ ଅଫ ଅନର ଦେଇ ସ୍ଵାଗତ ଜଣାଇଥିଲେ l


