ଦକ୍ଷିଣ ଓଡ଼ିଶାର ଭାତ ହାଣ୍ଡି କାଶୀନଗରରେ ବର୍ଷାଭାବ ଯୋଗୁଁ ଆସନ୍ନ ଗଜା ମରୁଡ଼ି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଦକ୍ଷିଣ ଓଡ଼ିଶାର ଭାତ ହାଣ୍ଡି ଭାବେ ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅଞ୍ଚଳ ପ୍ରସିଦ୍ଧି ଲାଭ କରିଛି. କାଶୀନଗର ଅଞ୍ଚଳରେ ଶତକଡା ୯୦ ଭାଗ ଚାଷୀ ଉତ୍ତମ ଧରଣର ଧାନ ଚାଷ କରି ସମଗ୍ର ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ପଠାଇଥାନ୍ତି. କାଶୀନଗର ଅଞ୍ଚଳର ଧାନ ଜମିରୁ ଉତ୍ପାଦିତ ଧାନରୁ ଉତ୍ତମ କିସମର ସୁସ୍ୱାଦୁ ଚାଉଳ ବାହାରୁଥିବାରୁ କେବଳ ଦକ୍ଷିଣ ଓଡିଶା ନୁହେଁ, ସମଗ୍ର ଓଡିଶା ବାହାରେ ଏହି ଚାଉଳର ଯତେଷ୍ଟ ଚାହିଦା ରହିଛି. ହେଲେ ଚଳିତ ବର୍ଷ ବର୍ଷାର ଘୋର ଅଭାବ ଯୋଗୁଁ କାଶୀନଗର ଅଞ୍ଚଳରେ ଗଜା ମରୁଡି ପରିସ୍ଥିତି ଦେଖା ଦେଇଛି. ଏନେଇ ଚାଷୀକୂଳ ହତାଶ ହୋଇପଡିଛନ୍ତି. ଏଠାରେ ସୂଚନାଯୋଗ୍ୟଯେ,ଅକ୍ଷୟ ତୃତୀୟାର ପାରମ୍ପରିକ ରୀତିରେ ଆରମ୍ଭ ହୋଇଥାଏ। ପ୍ରାୟ ମାସେ ପରେ ହୋଇଯାଇଥିଲେ ମଧ୍ୟ ଭଲ ବର୍ଷା ହୋଇନାହିଁ। ଏଭଳି ପରିସ୍ଥିତି ସ୍ଥିତିରେ ଧାନ ବିହନ ଗଜା ମରୁଡ଼ି ଅବସ୍ଥା ହୋଇଗଲାଣି। ମୌସୁମୀ ଓଡ଼ିଶା ଛୁଇଁବା କଥା ପାଣିପାଗ ବିଭାଗ ପକ୍ଷରୁ ବର୍ଷା ଶୁଣିବାକୁ ମିଳୁଛି। ମାତ୍ର ଆଜି ପର୍ଯ୍ୟନ୍ତ ସେଭଳି ହୋଇନଥିବାରୁ ଧାନ ବିହନ ନଷ୍ଟ ହେବା ଆଶକ ଶଙ୍କା ରହିଛି। ବର୍ତ୍ତମାନ ସୁଦ୍ଧା ତଳି ବିଲରେ ପଡ଼ିନାହିଁ । ଯେଉଁ ତଳି ପଡିଥିଲା ତାହା ପୋଡ଼ି ନଷ୍ଟ ହୋଇଗଲାଣି। ଧାନ ଚାଷ ପାଇଁ ଜୁନ ଉପଯୁକ୍ତ ସମୟ। ଆଷାଡ଼ ହେଲାଣି କିନ୍ତୁ ବର୍ଷାର ନାହିଁ । ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରେ ଅଧୂକ ଧାନ ଚାଷ ହୋଇଥାଏ। ଚଳିତ ବର୍ଷର ବର୍ଷାଭାବ ପରିସ୍ଥିତି ଯୋଗୁଁ କାଶୀନଗର ଅଞ୍ଚଳରେ ଶତକଡା ୮୦ ଭାଗ ଧାନ ଫସଲ ଉପରେ ପ୍ରଭାବ ପଡିବ ବୋଲି ଚାଷୀକୂଳ ଉଦବେଗର ସହ ପ୍ରକାଶ କରିଛନ୍ତି.


