ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ପାରଳାରେ ୩ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ପାରଳାଖେମୁଣ୍ଡି ସହରରେ ରଥଯାତ୍ରା ପାଳନ ପାଇଁ ତିନି ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଆଗାମୀ ଜୁଲାଇ ୭ ତାରିଖ ଦିନ ହେବାକୁ ଥିବା ରଥଯାତ୍ରା ଲାଗି ୩ ରଥ ନିର୍ମାଣ ହେଉଛି। ଏଥିପାଇଁ ରଥ ନିର୍ମାଣ କାରୀଗରମାନେ ନିଷ୍ଠାର ସହ ନିର୍ମାଣ କାର୍ଯ୍ୟକୁ ତ୍ବରାନିତ କରିଛନ୍ତି. ରଥ ନିର୍ମାଣ କମିଟି ସଦସ୍ୟମାନେ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି କାର୍ଯ୍ୟର ତଦାରଖ କରୁଛନ୍ତି । ବର୍ତ୍ତମାନ ତିନି ରଥର ଚକ ନିର୍ମାଣ କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି।