ଦକ୍ଷିଣ ଘୁମୁସର ବନଖଣ୍ଡରେ କୃଷ୍ଣସାର ମୃଗ ଗଣନା ଶେଷ

ବୁଗୁଡା : ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁବୁଡା , ଆସିକା ଓ ପୋଲସରା ବନାଞ୍ଚଳରେ ୬୩ ଟିମ ଦ୍ୱାରା ଗଞ୍ଜାମର ଗର୍ବ ବିରଳ କୃଷ୍ଣସାର ମୃଗ ଗଣନା କାର୍ଯ୍ୟ ଶୁକ୍ରବାର ଦିନ ଶେଷ ହୋଇଛି। କୃଷ୍ଣସାର ମୃଗ ଗଣନା ପାଇଁ ଗଠିତ ଟିମରେ ବନବିଭାଗ କର୍ମଚାରୀ, କୃଷ୍ଣସାର ସୁରକ୍ଷା ସମିତି, ବନ ସଂରକ୍ଷଣ ସମିତି (ପୁରୁଷ ଓ ମହିଳା), ଏନଜିଓ ସଂଗଠନ,ଓ ପରା ଫରେଷ୍ଟର ଗଣନା କାର୍ଯ୍ୟ ସମ୍ପାଦନ କରିଥିଲେ। ଅଣ୍ଡିରା, ମାଈ ଓ ଶିଶୁ କୃଷ୍ଣସାର ଗଣନାର ସବିଶେଷ ରିପୋର୍ଟ ଆସିବା ପରେ ମୋଟ ସଂଖ୍ୟା ପ୍ରକାଶ କରାଯିବ ବୋଲି ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରା ପ୍ରକାଶ କରିଛନ୍ତି। ସେହିପରି ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା ପ୍ରକାଶ କରିଛନ୍ତି ଯେ ବୁଗୁଡା ବନାଞ୍ଚଳରେ ୨୮ ଟି ଟିମ ଗଠନ କରାଯାଇ ୨୫ ଜଣ ବନବିଭାଗ କର୍ମଚାରୀ, ୧୦ ଜଣ କୃଷ୍ଣସାର ସୁରକ୍ଷା ସମିତି ସଭ୍ୟ, ୧୫ ଜଣ ପୁରୁଷ ବନ ସୁରକ୍ଷା ସଭ୍ୟ, ୬ ଜଣ ଏନଜିଓ ସଭ୍ୟ,୧୫ ଜଣ ମହିଳା ବନ ସୁରକ୍ଷା ସଭ୍ୟା, ଓ ୧୫ ଜଣ ପାରା ଫରେଷ୍ଟର କର୍ମଚାରୀ ଗଣନା କାର୍ଯ୍ୟକ୍ରମରେ ନିୟୋଜିତ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ