ଦଣ୍ଡକାଳୀ ମନ୍ଦିର ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କଲା ପୋଲିସ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା କାଳିଢ଼ାବା ନିକଟ ଦଣ୍ଡକାଳୀ ମନ୍ଦିର ସମ୍ମୁଖରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଛତ୍ରପୁର ଥାନା ପୋଲିସ l ମୃତ ଯୁବକ ଜଣକ ଛତ୍ରପୁର ଅଞ୍ଚଳର ବାବୁଲା ବେହେରା (50) ବୋଲି ସୂଚନା ମିଳିଛି l ଆଜି ସକାଳୁ ତାଙ୍କ ମୃତ ଦେହ ପଡ଼ିଥିବା ଦେଖି ସ୍ଥାନୀୟ ବାସିନ୍ଦା ପୋଲିସ କୁ ଖବର ଦେଇଥିଲେ l ଘଟଣାର ଖବର ପାଇ ଅତିରିକ୍ତ ଏସପି ପି. କେ. ଦଳାଇ, ଛତ୍ରପୁର ଏସଡିପିଓ ଗୌତମ କିସାନ, ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଛତ୍ରପୁର ଥାନାର ସବ ଇନସିପେକ୍ଟର ସିଲୁ ଧଳ ଘଟଣା ସ୍ତଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ l ପରେ ସାଇଣ୍ଟିଫିକ ଟିମ ପହଞ୍ଚି ସନ୍ଧାନୀ କୁକୁର ମାଧ୍ୟମରେ ତଦନ୍ତ କରିଥିଲେ l