ଦତ୍ତୋପନ୍ତ ଠେଙ୍ଗଡ଼ୀ ଜନ୍ମ ଶତାବ୍ଦୀ ସମାରୋହ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ଭାରତୀୟ ମଜଦୁର ସଂଘ, ଭାରତୀୟ କିଷାନ ସଂଘ, ସ୍ୱଦେଶୀ ଜାଗରଣ ମଞ୍ଚର ତଥା ଅଖିଳ ଭାରତୀୟ ଅଧିବକ୍ତା ପରିଷଦର ପ୍ରତିଷ୍ଠାତା ବିଶିଷ୍ଟ ମୌଳିକ ଚିନ୍ତାନାୟକ, ଅର୍ଥଶାସ୍ତ୍ରୀ ସ୍ୱର୍ଗତ ଦତ୍ତୋପନ୍ତ ଠେଙ୍ଗେଡ଼ୀଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ୧୦ ନଭେମ୍ବର ୨୦୧୯ରୁ ୧୦ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଦେଶବ୍ୟାପୀ ପାଳନ କରିବା ନିମନ୍ତେ ସର୍ବଭାରତୀୟସ୍ତରରେ ନିଷ୍ପତ୍ତି କରାଯାଇଛି । ଏଥିନିମନ୍ତେ ସର୍ବଭାରତୀୟସ୍ତରରେ ଦେଶର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନେଇ ସମିତି ଗଠନ କରାଯାଇଛି । ଏଥିରେ ଲୋକସଭାର ପୂର୍ବତନ ବାଚସ୍ପତି ଶ୍ରୀମତୀ ସୁମିତ୍ରା ମହାଜନ ଅଧ୍ୟକ୍ଷା ଅଛନ୍ତି । ଏହି କମିଟି ଆନୁକୂଲ୍ୟରେ ଗତ ନଭେମ୍ବର ୧୦ତାରିଖ ଦିନ ସର୍ବଭାରତୀୟସ୍ତରର ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍‌ଘାଟନ ଉତ୍ସବରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସର ସଂଘଚାଳକ ଡଃ ମୋହନରାଓ ଭାଗବତ ମୁଖ୍ୟବକ୍ତା ରୂପେ ଯୋଗଦାନ କରି ନାଗପୁରଠାରେ ଉଦ୍‌ଘାଟନ କରିଛନ୍ତି । ସମାପନ ଉତ୍ସବ ୧୦ ନଭେମ୍ବର ୨୦୨୦ରେ ଦିଲ୍ଲୀଠାରେ ଅନୁଷ୍ଠିତ ହେବ । ସାରା ଦେଶର ପ୍ରତ୍ୟେକ ରାଜ୍ୟରେ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇ ବର୍ଷସାରା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଶତବାର୍ଷିକୀ ଉତ୍ସବ ପାଳନ କରାଯିବ । ଓଡ଼ିଶା ରାଜ୍ୟରେ ମଧ୍ୟ ଆସନ୍ତା ନଭେମ୍ବର ୨୪ ତାରିଖ ସନ୍ଧ୍ୟା ୪.୩୦ ମିନିଟ୍‌ରେ ଚକେଇସିଆଣିସ୍ଥିତ ଉତ୍କଳ ବିପନ୍ନ ସହାୟତା ସମିତିରେ ଅନୁଷ୍ଠିତ ହେବ । ଏଥିରେ ଅଧ୍ୟକ୍ଷତା କରିବେ ବିଶିଷ୍ଟ ଆଇନ୍‌ଜୀବୀ ତଥା ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ ଶ୍ରୀ ଅନୁପ କୁମାର ବୋଷ (କଟକ) ଏବଂ ମୁଖ୍ୟବକ୍ତା ରୂପେ ଯୋଗଦାନ କରିବେ ବିଶିଷ୍ଟ ଅର୍ଥନୀତିଜ୍ଞ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡଃ ବଜରଙ୍ଗଲାଲ ଗୁପ୍ତା । ଓଡ଼ିଶା ନିମନ୍ତେ ମଧ୍ୟ ଏକ ସମାରୋହ ସମିତି ଆଡ଼ଭୋକେଟ ଶ୍ରୀ ଅନୁପ କୁମାର ବୋଷଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି । ଓଡ଼ିଶାର ବିଭିନ୍ନ କ୍ଷେତ୍ରର ସ୍ୱନାମଧନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ସଦସ୍ୟ ଅଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସମିତିର ସାଧାରଣ ସମ୍ପାଦକ ଭାରତୀୟ ମଜଦୁର ସଂଘର ଅଖିଳ ଭାରତୀୟ ସମ୍ପାଦକ ଶ୍ରୀ ଗୋକୁଳାନନ୍ଦ ଜେନା, ଭାରତୀୟ ମଜଦର ସଂଘ କେନ୍ଦ୍ରୀୟ କାର୍ଯ୍ୟକମିଟି ସଦସ୍ୟ କୃଷ୍ଣଚନ୍ଦ୍ର ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ ବିନୟ କୁମାର ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ସୌଦାମିନୀ ଦାସ, ଉପସଭାପତି ଏ. ଶ୍ରୀନିବାସ ରାଓ, ସ୍ୱଦେଶୀ ଜାଗରଣ ମଞ୍ଚର ଶ୍ରୀ ଅନଦା ଶଙ୍କର ପାଣିଗ୍ରାହୀ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସମ୍ପର୍କ ପ୍ରମୁଖ ଶ୍ରୀ ସର୍ବେଶ୍ୱର ବେହେରା, ଅଧିବକ୍ତା ପରିଷଦର ସାଧାରଣ ସମ୍ପାଦକ ଶ୍ରୀ ଜ୍ଞାନଲୋକ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ