ଦରଘାରେ ସିଗାରେଟ୍ ଜଳାଇଲେ ମିଳେ ମନ ପସନ୍ଦର ଜୀବନ ସାଥୀ

ଭାରତରେ ବିଭିନ୍ନ ସ୍ଥାନରେ ଥିବା ମନ୍ଦିର ତଥା ଦରଘାରେ ଅନେକ ଆଶ୍ଚର୍ଯ୍ୟଜନକ ପରମ୍ପରା ରହିଛି । ଉତ୍ତରପ୍ରଦେଶ ଲକ୍ଷେ୍ନøର ମୂଷାବାଗରେ ରହିଛି ଏକ ଦରଘା । ଏଠାରେ ଚାଦର କିମ୍ୱା ଅଗରବତୀ ଜଳାଯାଇ ନ ଥାଏ । ଶ୍ରଦ୍ଧାଳୁ ଏଠାରେ ସିଗାରେଟ୍ ଜଳାଇଥାନ୍ତି । ଏଠାରେ ୱିଲ୍ସ ବାବାଙ୍କ ସମାଧି ରହିଛି । ଲୋକେ ଶ୍ରଦ୍ଧାରେ ତାଙ୍କୁ ସିଗାରେଟ୍ ବାବା କହିଥାନ୍ତି । କ୍ୟାପଟେନ୍ ୱିଲ୍ସ ଜଣେ ଇଂରେଜ ସୈନ୍ୟ ଥିଲେ । ୧୮୫୭ ସିପାହୀ ବିଦ୍ରୋହ ସମୟରେ ସେ ବାସ କରୁଥିବା ଦୁର୍ଗ ତା’ପରେ ଉଡ଼ିଯାଇଥିଲା । ଏଥିରେ କ୍ୟାପଟେନ୍ ୱିଲ୍ସଙ୍କ ମୃତ୍ୟୁ ଘଟିଥିଲା । ଏଠାରେ ତାଙ୍କୁ କବର ଦିଆଯାଇଥିଲା । ଅନେକ ବର୍ଷ ପର୍ଯ୍ୟନ୍ତ ଏହି ଦୁର୍ଗ ଅପନ୍ତରା ହୋଇ ପଡ଼ି ରହିଲା । ପରେ ୱିଲ୍ସଙ୍କ କବର ମନୋସ୍କାମନା ପୂରଣ କରୁଥିବା ପ୍ରଚାର ହୋଇଥିଲା । ଫଳରେ ଏଠାରେ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିଲା । ମଦ ଓ ସିଗାରେଟ୍ ୱିଲ୍ସଙ୍କର ଅତି ପ୍ରିୟ ଥିଲା । ଦରଘାରେ ସିଗାରେଟ୍ ଜଳାଇଲେ ମନ ପସନ୍ଦର ଜୀବନସାଥୀ ମିଳନ୍ତି ବୋଲି ଏଠାକାର ଲୋକଙ୍କର ବିଶ୍ୱାସ ରହିଛି । ପ୍ରତିଦିନ ଦରଘାରେ ଅବିବାହିତ ଝିଅପୁଅଙ୍କ ଭିଡ଼ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ