ଦରଦାମ ବୃଦ୍ଧି ବିରୋଧରେ କେନ୍ଦ୍ରାପଡା ବିଜୁ ମହିଳା ଜନତା ଦଳର ପ୍ରତିବାଦ ସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ମହିଳା ଜନତା ଦଳ ପକ୍ଷରୁ ଦରଦାମ ବୃଦ୍ଧି ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ସୋମବାର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ନଗର ବିଜୁ ମହିଳା ଜନତା ଦଳ ସଭାପତି ସ୍ୱୟଂପ୍ରଭା କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଯୋଗଦେଇ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ସମେତ ରନ୍ଧନ ଗ୍ୟାସର ଦର ଯେଉଁ ଭଳି ଭାବେ ଲଗାତର ବୃଦ୍ଧି ପାଇ ଚାଲିଥିବା ବେଳେ ଏଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାନଯିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ମତବ୍ୟକ୍ତ କରିଥିଲେ । ସାଧାରଣ ଜନତାଙ୍କ ସ୍ୱାର୍ଥ ବିରୋଧୀ କେନ୍ଦ୍ର ସରକାରଙ୍କ ଏଭଳି କାର୍ଯ୍ୟକୁ ବିଧାୟକ ଶ୍ରୀ ବେହେରା ଦୃଢ ଭାବରେ ନିନ୍ଦା କରିଥିଲେ । ବରିଷ୍ଠ ବିଜେଡି ନେତା ଭଜକୃଷ୍ଣ ରାଉତ ଯୋଗଦେଇ କେନ୍ଦ୍ର ସରକାରଙ୍କ ଏଭଳି ଗରୀବମାରଣ ନୀତିକୁ ଦୃଢ ଭାବେ ସମାଲୋଚନା କରିଥିଲେ । ବିଜୁ ମହିଳା ଜନତା ଦଳର ଭକ୍ତିମୟୀ କର,ସୁମିତ୍ରା ପାଢୀ, ପ୍ରିୟଦର୍ଶିନୀ ତରାଇ, ସ୍ନେହପ୍ରଭା ତ୍ରିପାଠୀ, ମିନତୀ ପରିଡା, ସୀତାସୁନ୍ଦରୀ ମଲ୍ଲିକ, ରିଜୁୱାନା ବେଗମ, ଜ୍ୟୋସ୍ôନାରାଣୀ ଜେନା ପ୍ରମୁଖ ଯୋଗଦେଇ ସୋରିଷ ତେଲ, ରିଫାଇନ, ଡାଲି, ବାଦାମ ତେଲ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ସମେତ ରନ୍ଧନ ଗ୍ୟାସର ଦର ଯେଉଁଭଳି ଭାବରେ ଆକାଶଛୁଆଁ ହୋଇଛି ତାହାର ପ୍ରତିବାଦ କରିବା ସହ କେନ୍ଦ୍ରର ମୋଦି ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଥିଲେ । ମହିଳା ବିଜେଡିର କର୍ମକର୍ତ୍ତାମାନେ ଗ୍ୟାସ ସିଲିଣ୍ଡର ଧରି କେନ୍ଦ୍ରର ମୋଦି ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଳୋଗାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ରଞ୍ଜିତ ସାହୁ, ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ, ମହେନ୍ଦ୍ର ମିଶ୍ର, ରଞ୍ଜନ କର, ବିକାଶ ଦଳେଇ, ଦେବେନ୍ଦ୍ର ଦାସ, ଜିଲ୍ଲା ସଂଖ୍ୟାଲଘୁ ସେଲ ସଭାପତି ମହମ୍ମଦ ସେକ ଇନାୟତ(ଚନ୍ଦନ), ରଶ୍ମିରଞ୍ଜନ ରାଉତ, ଯଯାତି କେଶରୀ ମହାନ୍ତି, ମଙ୍ଗଳବରଣ ସିଂ, ଆଲୋକ ସାହୁ, ହିରଣ୍ୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିବାଦ ସଭା ପରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ