ଦରମା ମିଳୁନଥିବାରୁ ବିଡିଓଙ୍କ ଦ୍ୱାରସ୍ଥ ହେଲେ ପିଏଜି

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର ବ୍ଲକର ପିଏଜି ମାନଙ୍କୁ ସେମାନଙ୍କ ଦରମା ଟଙ୍କା ମିଳୁନଥିବା ନେଇ ଆଜି ବହୁ ପଞ୍ଚାୟତ ପିଏଜି ମାନେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କୁ ଭେଟି ଏକ ଲିଖିତି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେମାନେ ଏହି ସ୍ମରକ ପତ୍ରେ ଉଲ୍ଲେଖ କରିଛନ୍ତି ଯେ ପଞ୍ଚାୟତ ଗୁଡିକରେ ଭତ୍ତା କାର୍ଯ୍ୟରେ ସହଯୋଗ କରିବା ନିମନ୍ତେ ଗତ ବର୍ଷ ଶାରଦା ସିଷ୍ଟମ ପ୍ରାଇଭେଟ୍ ଲିମିଟେଡ ଏଜେନ୍ସି ପକ୍ଷରୁ ପିଏଜି ପଦବୀ ରେ ନିଯୁକ୍ତି କରାଯାଇଥିଲ।। ସେମାନଙ୍କୁ ମାସିକ ଦରମା ୩୫୦୦ଟଙ୍କା ଲେଖାଏଁ ଦିଆଯିବ ବୋଲି ନିଯୁକ୍ତି ବେଳେ କୁହାଯାଇଥିଲ।। ମାତ୍ର ଆଜକୁ ୧୧ମାସ ହେଲାଣି ଆମକୁ ୨ମାସ ଛଡା ଏପର୍ଯ୍ୟନ୍ତ ଆମର ଅବଶିଷ୍ଟ ଦରମା ମିଳୁନାହିଁ । ତେଣୁ ଏହାର ତଦନ୍ତ କରି ଆମକୁ ଆମର ଅବଶିଷ୍ଟ ଦରମା କିପରୀ ମିଳିବ ସେଦିଗରେ ଚେଷ୍ଟା କରିବା ନିମନ୍ତେ ଅନୁରୋଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ