ଦଲିପ ଟ୍ରଫିର ପୁନର୍ବିନ୍ୟାସ ପାଇଁ ଗାଙ୍ଗୁଲିଙ୍କୁ ସଚିନଙ୍କ ପରାମର୍ଶ

ନୂଆଦିଲ୍ଲୀ: ଦେଶର ଅନ୍ୟତମ ପୁରାତନ ପ୍ରଥମ ଶ୍ରେଣୀ ଘରୋଇ କ୍ରିକେଟ୍ ପ୍ରତିଯୋଗିତା ଦଲିପ ଟ୍ରଫିରେ ପୁନର୍ବିନ୍ୟାସ ତଥା ବ୍ୟାପକ ପରିବର୍ତନ କରିବାକୁ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ନବନିର୍ବାଚିତ ବିସିସିଆଇ ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ପରାମର୍ଶ ଦେଇଛନ୍ତି । ଏହି ପ୍ରତିଯୋଗିତା ଦଳୀୟ ବନ୍ଧନଠାରୁ ଦୂରେଇ ଗଲାଣି ଏବଂ ବ୍ୟକ୍ତିଗତ ପ୍ରଦର୍ଶନରେ ସୀମିତ ରହିଯାଇଛି ବୋଲି ସଚିନ ଅନୁଭବ କରିଛନ୍ତି । ସେଥି ପାଇଁ ୪ ରଣଜୀ ଟ୍ରଫି ସେମିଫାଇନାଲିଷ୍ଟ୍‌ଙ୍କ ସହିତ ଦୁଇଟି ଉଦୀୟମାନ ଦଳ (୧୯ ବର୍ଷରୁ କମ୍ ଏବଂ ୨୩ ବର୍ଷରୁ କମ୍‌)କୁ ଏକାଠି କରି ଦଲିପ ଟ୍ରଫି ଆୟୋଜନ କରିବାକୁ ସେ ଅନୁରୋଧ କରିଛନ୍ତି । “ମୁଁ ଚାହୁଁଛି ସେ (ଗାଙ୍ଗୁଲି) ଦଲିପ ଟ୍ରଫି ପାଇଁ ପୁନର୍ବିନ୍ୟାସ କରନ୍ତୁ । ବର୍ତମାନ ଖେଳାଳିମାନେ ନିଜ ପ୍ରଦର୍ଶନ ଉପରେ ଅଧିକ ଏକାଗ୍ର ରହୁଛନ୍ତି ଏବଂ ପରବର୍ତ୍ତୀ ପ୍ରତିଯୋଗିତାକୁ ନଜରରେ ରଖି ତଦନୁଯାୟୀ ଖେଳୁଛନ୍ତି । ଉଦାହରଣ ଭାବେ ଯଦି ଆଗକୁ ଆଇପିଏଲ୍ ନିଲାମି, କୌଣସି ଟି-୨୦ କିମ୍ବା ଦିନିକିଆ ପ୍ରତିଯୋଗିତା ରହିଛି ତେବେ ଖେଳାଳିମାନେ ସେସବୁକୁ ନଜରରେ ରଖି ଖେଳୁଛନ୍ତି । ଦଲିପ ଟ୍ରଫି ପୂର୍ବରୁ ୫ ଦଳୀୟ ଜୋନାଲ୍ ପ୍ରତିଯୋଗିତା ଥିଲା, ଏବେ କିନ୍ତୁ ଇଣ୍ଡିଆ ବ୍ଲୁ, ଇଣ୍ଡିଆ ରେଡ୍‌, ଇଣ୍ଡିଆ ଗ୍ରିନ୍ ରୂପରେ ରାଉଣ୍ଡ ଖେଳାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ