ଦଳଛାଡିବାରୁ ଲୋକଙ୍କ କଟୁକ୍ତି ଶୁଣି ନପାରି ବିଷ ପିଇଲେ ନେତା
ଆନନ୍ଦପୁର, (ବିକାଶ ବିଶ୍ୱାଳ): ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ଦୀର୍ଘଦିନ ଧରି ଗୋଟିଏ ରାଜନୈତିକ ଦଳର ଛାମୁଆ ନେତା ବୋଲାଉଥିବା ଜଣେ ବ୍ୟକ୍ତି ଦଳଛାଡି ଭିନ୍ନ ଦଳରେ ଯୋଗଦେବାରୁ ଦଳୀୟ କର୍ମୀଙ୍କ କଟୁକ୍ତି ସହ୍ୟ କରିନପାରି ବିଷ ପିଇଦେଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଖବରରୁ ଜଣାଯାଇଛି ଯେ ହାଟଡିହି ଅଞ୍ଚଳର ଏହି ନେତା ଜଣକ ଗତ ଦୁଇଦିନ ତଳେ ନିଜ ଦଳଛାଡି ବାଧ୍ୟ ବାଧକତାରେ ଭିନ୍ନ ଏକ ଦଳରେ ଯୋଗଦେଇଥିଲେ । କିନ୍ତୁ ତାଙ୍କର ସମର୍ଥକ ମାନେ ଏହାକୁ ଗ୍ରହଣ କରିନପାରି କଟୁକ୍ତି କରିବାରୁ ତାହାକୁ ସହ୍ୟ କରିନପାରି ନେତା ଜଣକ ନିଜ ମାନସିକ ଭାରସାମ୍ୟ ହରାଇ ବିଷ ପିଇଦେଇଥିବା ଜଣାଯାଇଛି । ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।


