ଦଳିତ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସର ଉଦାସୀନତା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଦଳିତ ବର୍ଗର ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପାଟକୁରା ଥାନା ପୋଲିସର ଉଦାସୀନତା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳାଙ୍କ ସ୍ୱାମୀ । ଅଭିଯୋଗ ଅନୁଯାଇ ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ଡିହବଳରାମପୁର ଗ୍ରାମର ଗଣେଶ୍ୱର ବେହେରା ଅଭିଯୋଗ କରିଛନ୍ତି ଯେ ଗତ ରବିବାର ରାତିରେ ତାଙ୍କ ପତ୍ନୀ ଗାୟତ୍ରୀ ବେହେରା ବାହାରକୁ ଉଠି ପରିସ୍ରା କରିବାକୁ ବସିଥିବା ବେଳେ ତାଙ୍କ ଘର ସମ୍ମୁଖରେ ରହୁଥିବା ମନୋଜ ମହାନ୍ତି ଓ କାହ୍ନୁଚରଣ ମହାନ୍ତି ଅତ୍ୟନ୍ତ କ୍ଷିପ୍ର ଗତିରେ ସେଠାକୁ ଦୈାଡିଆସି ତାଙ୍କ ପତ୍ନୀଙ୍କ ଉପରକୁ ୨ଟି ପଥର ଫୋପାଡିଥିଲେ । ସେହି ପଥର ୨ଟି ତାଙ୍କ ପତ୍ନୀଙ୍କ ମୁଣ୍ଡରେ ବାଜିବାରୁ ସେ ତଳେ ପଡିଯାଇ ଚିତ୍କାର କରିବାରୁ ଗଣେଶ୍ୱର ଘର ବାହାରକୁ ଆସି ଦେଖିଲା ବେଳକୁ ତାଙ୍କ ପତ୍ନୀ ତଳେ ପଡି ମୁଣ୍ଡ ମୁଣ୍ଡ ବୋଲି ଡାକପକାଇଛନ୍ତି । ସେ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସକୁ ଫୋନକରି ପତ୍ନୀଙ୍କୁ ଡାକ୍ତରଖାନାକୁ ନେଇଆସିଥିଲେ । ଗଣେଶ୍ୱରଙ୍କ ପତ୍ନୀଙ୍କ ଉପରକୁ ପଥର ପକାଇବା ସମୟରେ ତାଙ୍କ ପୁତୁରା ଓ ଅନ୍ୟମାନେ ସଂପୃକ୍ତ ଅଭିଯୁକ୍ତ ଦ୍ୱୟଙ୍କୁ ଦେଖିଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି । ପୂର୍ବରୁ ମଧ୍ୟ ଏଭଳି ଆକ୍ରମଣ ହୋଇଥିବା ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଥିଲେବି ଥାନା ପକ୍ଷରୁ କୈାଣସି ପଦକ୍ଷେପ ନିଆନଯିବାରୁ ପୁନର୍ବାର ଏଭଳି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ତେଣୁ ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ଗଣେଶ୍ୱର ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ