ଦଳିତ ସହାୟକ ପ୍ରତିଷ୍ଠାନ ପକ୍ଷରୁ ମାସ୍କ ବଣ୍ଟନ
ଛତ୍ରପୁର : କରୋନା ସଂକ୍ରମଣର ପ୍ରତିକାର ନିମନ୍ତେ ଗଞ୍ଜାମ ଜିଲ୍ଲା ଦଳିତ ସହାୟକ ପ୍ରତିଷ୍ଠାନ ପକ୍ଷରୁ ଜନସାଧାରଣଙ୍କୁ ମାଗଣାରେ ମାସ୍କ୍ ବଣ୍ଟନ କରାଯାଇଥିଲା । ଏଥିସହ କରୋନା ସଂକ୍ରମଣ ଦାଉରୁ ନିଜକୁ ସୁରକ୍ଷିତ ନିମନ୍ତେ ବିଭିନ୍ନ ପ୍ରତିକାର ଉପରେ ପ୍ରତିଷ୍ଠାନ ପକ୍ଷରୁ ବ୍ୟାପକ ସଚେତନତା କରାଯାଇଥିଲା । ସ୍ଥାନୀୟ ଲୋୟର ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା ଯୋଗଦେଇ ଲୋକମାନଙ୍କୁ ମାସ୍କ ବଣ୍ଟନ କରିବା ସହ ସଚେତନତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରତିଷ୍ଠାନର ସଭାପତି କାଳୁ ଚରଣ ନାୟକ, ସଂପାଦକ ଜଗନ୍ନାଥ ଦାସ, କୃଷ୍ଣ ଚନ୍ଦ୍ର ନାୟକ, କୃଷ୍ଣଚନ୍ଦ୍ର ବେହେରା, ଆର୍.ଶ୍ରୀନିବାସ ରାଓ, ଚିନ୍ତାମଣୀ ନାୟକ, ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି କରୋନା ସଂପର୍କରେ ସଚେତନତା କରିଥିଲେ ।


