ସମୀର ମୋଟର୍ସର ୨୪ତମ ବାର୍ଷିକ ଉତ୍ସବରେ ସଡକ ସୁରକ୍ଷା ସଚେତନତା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ କେଶପୁର ବଜାରସ୍ଥିତ ସମୀର ମୋଟର୍ସର ୨୪ତମ ବାର୍ଷିକ ଉତ୍ସବ ଅବସରରେ ସଡକ ସୁରକ୍ଷା ସଚେତନତା ପାଇଁ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିର ନିକଟରୁ ସହର ମଧ୍ୟଦେଇ ଏକ ସଚେତନତା ବାଇକ ରାଲି ଦୁହୁରିଆ ପର୍ଯ୍ୟନ୍ତ ଯାଇଥିଲା । ବାଇକ ଚାଳକମାନେ ବାଟରେ ଲୋକମାନଙ୍କୁ ସଡକ ସୁରକ୍ଷା ସମ୍ପର୍କରେ ବୁଝାଇବା ସହ “ହେଲମେଟ ପିନ୍ଧନ୍ତୁ ମୂଲ୍ୟବାନ ଜୀବନ ବଂଚାନ୍ତୁ” ସ୍ଳୋଗାନ ଲେଖାଥିବା ପ୍ଲାକାର୍ଡମାନ ଧରିଥିବା ଦେଖିବାକୁ ମିଳିଥିଲା । ସମୀର ମୋଟର୍ସର ଏକ ନୁଆ ହେଲମେଟ ସୋରୁମ ମଧ୍ୟ ଏହି ଅବସରରେ ଏଦଘାଟିତ ହୋଇଯାଇଛି । ଏହି ସୋରୁମରେ ଆଇ.ଏସ.ଆଇ.ମାର୍କା ନାମୀଦାମୀ କମ୍ପାନୀ ବ୍ରାଣ୍ଡର ବିଭିନ୍ନ ଡିଜାଇନର ହେଲମେଟ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଟିଭିଏସ ମୋଟର୍ସ କମ୍ପାନୀର ଏରିଆ ମ୍ୟାନେଜର ଆଶିଷ ଜୟସୱାଲ,ସମ୍ମାନୀତ ଅତିଥି ଭାବେ ଜି.ଏମ. ବରଦା ପ୍ରସାଦ ଜେନା ପ୍ରମୁଖ ଯୋଗଦେଇଥିଲେ । ସମୀର ମୋଟର୍ସର ଏମ.ଡି. ସମୀର କୁମାର ଚାନ୍ଦ ଉତ୍ସବ ପରିଚାଳନା କରିଥିଲେ । ଶେଷରେ ସବଡିଲରମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପଟ୍ଟାମୁଣ୍ଡାଇର ଦୁର୍ଗା ମୋଟର୍ସ,ସାଲେପୁରର ଶାରଳା ମୋଟର୍ସ, ଗରଦପୁରର ଶାରଳା ମୋଟର୍ସ, ରାଜନଗରର ମହାବୀର ମୋଟର୍ସ, ମାର୍ଶାଘାଇର ସାଇ ମୋଟର୍ସ ଓ ଚାନ୍ଦୋଳର ସାର୍ଥକ ମୋଟର୍ସର ପ୍ରତିନିଧିମାନେ ଯୋଗଦେଇଥିଲେ । ସମୀର ମୋଟର୍ସର ମ୍ୟାନେଜର ପ୍ରକାଶ ମିଶ୍ର,ନାରାୟଣ ପଣ୍ଡା, ଅନିଜା ଜେନା,ଲକ୍ଷ୍ମୀପ୍ରୀୟା ମହାପାତ୍ର ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ