ଦାଣ୍ଡିସାହିରେ ଶ୍ରଦ୍ଧାଞ୍ଜଳି ସଭା
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଠାକୁର ଅଭିରାମ ପରମହଂସଙ୍କ ପରମ ସେବକ ସଫଳ କୃଷକ କହ୍ନେଇ ପରିଡାଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଦାଣ୍ଡିସାହି ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ଦ୍ୱରତା ରକ୍ଷା ପୂର୍ବକ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରେମାନନ୍ଦ ସୁତାର ସଭାପତିତ୍ୱ କରିଥିଲେ । ସଭା ପ୍ରାରମ୍ଭରେ ଦିବଗଂତ ଆତ୍ମାଙ୍କ ଉଦେଶ୍ୟରେ ଦୀପ ପ୍ରଜ୍ଜ୍ୱଳନ କରାଯାଇ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକଙ୍କ ପରିଚାଳନାରେ ଜିଲ୍ଲା ଭକ୍ତ ସମିତିର ସଭାପତି କ୍ଷୀରୋଦ ନାଥ, ରାଜନଗର ଭକ୍ତ ସମିତି ସମ୍ପାଦକ ଅଭୟ ବାବା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବ୍ରହ୍ମାନନ୍ଦ ସାମଲ, ଜିଲ୍ଲା ପରିଷଦ ସଭ୍ୟ ନାରଦ ଚନ୍ଦ୍ର ବିଶ୍ୱାଳ, ସରପଞ୍ଚ ରମେଶ ଦାସ, ପ୍ରିୟଦର୍ଶନୀ ତରାଇ, ନରହରି ପାଣି, ଡଃ.ଗଦାଧର ମଲ୍ଲିକ, ଶିକ୍ଷାବୀତ ରାଜକୁମାର ବିଶ୍ୱାଳ, ଶଙ୍କର୍ଷଣ ଖଟୁଆ, ନାରାୟଣ ବିଶ୍ୱାଳ, କାର୍ତ୍ତିକ ଚନ୍ଦ୍ର ରାଉତ ଓ ସାମ୍ବାଦିକ ନରେନ୍ଦ୍ର ଧଳ ପ୍ରମୁଖ ସୂର୍ଗତ ପରିଡାଙ୍କ ସ୍ମୃତିଚାରଣ କରିଥିଲେ । ଶେଷରେ ଡଃ.ସୁନିଲ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।