ଦାଦନ ଖଟିବାକୁ ଯାଇ ମୃତଦେହ ଫେରିଲା ଭିଟାମାଟି
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଦାଦନ ଖଟିବାକୁ ଯାଇ ଗାଆଁ ମାଟିରେ ପହଞ୍ଚିଛି ମୃତ ଦେହ, ସୁଦୂର ଗୁଜରାଟ ରାଜ୍ୟ ସୁରତ ରୁ ଜଣେ ଓଡ଼ିଆଙ୍କ ମୃତ ଦେହ ଓଡିଶା ମୋ ପରିବାର ସହାୟତାରେ ନିଜ ଗ୍ରାମରେ ପହଞ୍ଚିଛି l ସାନଖେମୁଣ୍ଡି ବ୍ଲକ୍ କଉଡ଼ିଆ ଗ୍ରାମର ଭଗବାନ ପ୍ରଧାନ (୩୨) ସୁରତ ରେ ରହି କାମ କରି ଆସୁଥିଲେ l ଶନିବାର ରାତ୍ର ଭଗବାନ ଖାଇବା ପରେ ଘରେ ଶୋଇଥିବା ବେଳେ ରବିବାର ଦିନସକାଳୁ ନ ଉଠିବାରୁ ସାଙ୍ଗ ମାନେ ତାକୁ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ଭଗବାନ୍ ଙ୍କ ମୃତ ଘୋଷଣା କରିଥିଲେ l ପରିବାର ଲୋକେ ଭଗବାନ ଙ୍କ ମୃତ ଖବର ଜାଣିବା ପରେ ମୃତ ଶରୀର ଫେରାଇ ଆଣିବାକୁ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଙ୍କୁ ଜଣାଇଥିଲେ l ଏହା ପରେ ଓଡିଶା ମୋ ପରିବାର ତରଫରୁ ସୁରଟ ରୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ରେ ମଙ୍ଗଳାବର ନିଜ ଜନ୍ମ ମାଟିକୁ ଭଗବାନ ଙ୍କ ମୃତ ଶରୀର ପହଞ୍ଚିଥିଲା l ସାନଖେମୁଣ୍ଡି ପୁର୍ବତନ ବିଧାୟିକା ତଥା ରାଜ୍ୟ ମହିଳା ବିଜୁ ଜନତା ଦଳର ଉପଦେଷ୍ଟା ନନ୍ଦିନୀ ଦେବୀ, ଆସିକା ସାଂସଦ ପ୍ରତିନିଧି ଅନ୍ତ୍ରଯ୍ୟମୀ ସ୍ବାଇଁ, ବ୍ଲକ ବିଜେଡି ସଭାପତି ନୀଳମାଧବ ରାଉତ,ସହଦେବ ପ୍ରଧାନ,ଧୋବା ପ୍ରଧାନ, କଉଡ଼ିଆ ସମିତି ସଭ୍ୟ ଅମିନ ପ୍ରଧାନ, ଜଗନ୍ନାଥ ପାତ୍ର , ସୁବାଷ ମହାପାତ୍ର, ଗଙ୍ଗା ପାତ୍ର, ଶଙ୍କର୍ଷଣ ସ୍ୱାଇଁ, ଙ୍କ ସମେତ ବହୁ ବିଜେଡି କର୍ମୀ ପହଞ୍ଚି ପରିବାର ଲୋକଙ୍କୁସମବେଦନା ଜଣାଇବା ସହ ଆଶ୍ଵାସନା ଦେଇଥିଲେ। ପୁର୍ବତନ ବିଧାୟିକା ନନ୍ଦିନୀ ଦେବୀ ଆର୍ଥିକ ସହାୟତା ପ୍ରଦାନ କରିଥିଲେ l