ଦାଦନ ଶ୍ରମିକଙ୍କ ଯାତନାର ଅନ୍ତ କେବେ ?
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦରିଦ୍ରତାର ତାଡନା ଏବଂ ପରିବାର ପରିପୋଷଣ ଓ ପେଟ ପାଟଣା ପାଇଁ ଘର ଦ୍ୱାର ଛାଡି ଗଜପତିର ବହୁ ଶ୍ରମିକ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଚାଲି ଯାଇଛନ୍ତି. ହେଲେ ବାହାର ରାଜ୍ୟରେ ଓଡ଼ିଶାର ଓଡ଼ିଆ ଶ୍ରମିକମାନେ ଭିର୍ନ୍ନ ଭିନ୍ନ ଭାବେ ବିଭିନ୍ନ ଲୋକଙ୍କ ଦ୍ୱାରା ଶାରୀରିକ, ମାନସିକ ଭାବେ ନିର୍ଯାତିତ ହେଉଛନ୍ତି. ଏପରିକି କେତେକ ଓଡ଼ିଆ ଶ୍ରମିକଙ୍କୁ ରାଜ୍ୟ ବାହାରେ ଆକ୍ରମଣ କରାଯାଇ ହତ୍ୟା କରାଯାଉଛି. ଅନେକ ଓଡ଼ିଆ ଶ୍ରମିକଙ୍କୁ ଲଗାତାର ଭାବେ ହାଡ଼ ଭଙ୍ଗା ଶ୍ରମଭିତ୍ତିକ କାମରେ ନିୟୋଜନ କରାଯାଉଛି. ହେଲେ ଦିଆଯାଉନି ଏହାର ମୂଲ୍ୟ. ଲଗାତାର ହାଡ଼ ଭଙ୍ଗା ପରିଶ୍ରମ କରୁଥିବା ଏହି ଓଡ଼ିଆ ଶ୍ରମିକମାନଙ୍କୁ ଉଚିତ ଖାଦ୍ୟ ନ ଦିଆ ଯିବା, ବିଶ୍ରାମର ଅଭାବ, ଅସ୍ବାସ୍ଥକାର ପରିବେଶରେ ନିୟୋଜିତ କରାଯିବା ଆଦି ଯୋଗୁଁ ବହୁ ଓଡ଼ିଆ ଶ୍ରମିକ ରୋଗାଗ୍ରସ୍ତ ଓ ବିକାଳଙ୍ଗ ହୋଇ ଗଜପତି ଜିଲ୍ଲାରେ ରହିଥିବା ସେମାନଙ୍କ ଘରକୁ ଫେରି ଏଠାରେ ଅଭିଶପ୍ତ ଜୀବନଜାପାନ କରୁଥିବା ବହୁ ନଜର ରହିଛି. ଏଥି ସହ ଆମ ଓଡ଼ିଆ ଶ୍ରମିକମାନଙ୍କୁ ମରଣାତ୍ମକ ଆକ୍ରମଣ କରି ନିକଞ୍ଚନ ଜାଗାରେ ଫୋପାଡ଼ି ଦେବା, ଉଦେଶ୍ୟମୂଳକ ଭାବେ ହତ୍ୟା କରାଯିବା ଆଦି ମଧ୍ୟ ଲକ୍ଷ୍ୟ କରାଯାଇଛି. ବାହାର ରାଜ୍ୟରେ ଗୋତି ଖଟିଥିବା ଏହି ଶ୍ରମିକ ମାନଙ୍କ ଯାତନାର ଅନ୍ତ କେବେ ତାହା ବିରାଟ ପ୍ରଶ୍ନବାଚୀ…? ବର୍ତ୍ତମାନ ହାଡ଼ଭଙ୍ଗା ପରିଶ୍ରମ ଯୋଗୁଁ କାମ କରୁଥିବାବେଳେ ଗୋଆରେ ଜଣେ ଗଜପତି ଜିଲ୍ଲାର ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଦୁଃଖଦ ଖବର ମିଳିଛି . ସେହିପରି ଗଜପତିର ଅନ୍ୟ ଜଣେ ଶ୍ରମିକଙ୍କୁ ମରଣାତ୍ମକ ଆକ୍ରମଣ କରି ଫୋଫାଡି ଦେଇଥିବା ଅନ୍ୟ ଏକ ଖବର ମଧ୍ୟ ହସ୍ତଗତ ହୋଇଛି. ଗୋଆରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଦମାଦୁଆ ପଞ୍ଚାୟତର ମଝିକିରିୟା ଗାଁର ଗଙ୍ଗା ମଳିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଲଗାତାର ଭାବେ ହାଡ଼ଭଙ୍ଗା ପରିଶ୍ରମରେ ତାଙ୍କୁ ନିୟୋଜିତ କରିବା ଯୋଗୁଁ ମୃତ୍ୟୁ ଘଟିଥିବା ମଧ୍ୟ କୁହାଯାଇଛି. ଗଙ୍ଗାଙ୍କ ପରିବାରରେ ସ୍ତ୍ରୀ ସହ ଚାରୋଟି ପିଲା ଘରେ ପରିବାର ପ୍ରତିପୋଷଣ କରିବା କଷ୍ଟ ସାଧ୍ୟ ହୋଇପଡ଼ିଥିଲା। ଗାଁରେ କାମ ନ ମିଳିବାରୁ ଚଳିତ ମାସ ୮ ତାରିଖରେ ଦାଦନ ଖଟିବାକୁ ସେ ଗୋଆ ଯାଇଥିଲେ। ଗୋଆରେ ପହଞ୍ଚିବା ପରେ ତାଙ୍କୁ କାମ ମିଳିଥିଲା. ହେଲେ ଲଗାତାର ଭାବେ ହାଡ଼ ଭଙ୍ଗା ପରିଶ୍ରମ ଭଳି କାମରେ ତାଙ୍କୁ ନିୟୋଜିତ କରିବା ଯୋଗୁଁ କାମ କରିଥିବାବେଳେ ହି ଶ୍ରମିକ ଗଙ୍ଗା ମଲିକଙ୍କ ମୃତ୍ୟୁ ଘଟିଥିଲା ବୋଲି ଗୋଆରେ ଦାଦନ ଭାବେ ଖଟୁଥିବା ଶ୍ରମିକମାନଙ୍କ ଠାରୁ ସୂଚନା ମିଳିଛି ବୋଲି ମଝିକିରିଆ ଗାଁର କିଛି ଗ୍ରାମବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ ଗୋଆରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ଠାରୁ ଆହୁରି ସୂଚନା ମିଳିଛି ଯେ ଗଙ୍ଗାର ମୃତ୍ୟୁ ପରେ ତାର ଶବକୁ ସେଠାରେ କୌଣସି ଏକ ଜାଗାରେ ଫୋପାଡ଼ି ଦିଆ ଯାଇଥିଲା ମ ହେଲେ ଗୋଆର ଶ୍ରମିକମାନେ ଗୋପନୀୟ ଭାବେ ଗୋଆର ପୋଲିସକୁ ଅନୁରୋଧ ପୂର୍ବକ ଗୁହାରି କରିବା ପରେ ଗୋଆ ପୋଲିସ ତଦନ୍ତ କରିଥିଲେ. ତଦନ୍ତର 2 ଦିନ ପରେ ଏକ ପରିତ୍ୟକ୍ତ କୂଅରୁ ଗଙ୍ଗାଙ୍କ ମୃତଦେହକୁ ପୋଲିସ ଜବତ କରିଥିଲା। ସେହିପରି ଗଜପତିର ଅନ୍ୟ ଜଣେ ଶ୍ରମିକଙ୍କୁ କେରଳରେ ମରଣାତ୍ମକ ଆକ୍ରମଣ କରାଯାଇ ଫିଙ୍ଗି ଦେଇଥିଲେ କେତେକ ଦୁର୍ବୁତ୍ତ. ହେଲେ ସେଠାକାର କିଛି ଶ୍ରମିକଙ୍କ ସୂଚନା ଦ୍ୱାରା ସମ୍ପୃକ୍ତ ଶ୍ରମିକ କେରଳ ପୋଲିସ ଦ୍ଵାରା ଉଦ୍ଧାର ହୋଇ ମରଣ ମୁହରୁ ଫେରିଛନ୍ତି ନିଜ ଘରକୁ. ଗଜପତିର ଏ ଶ୍ରମିକଙ୍କ ଗ୍ରାମ ଡ଼ମ୍ବୁପଡ଼ା ପଞ୍ଚାୟତର ଗୁଡାନାଲି ଗ୍ରାମରେ. ଏହାଙ୍କ ସୁକାନ୍ତ ମଲ୍ଲିକ ଅଟେ. ଦରିଦ୍ରତା ଯୋଗୁଁ ଅନ୍ୟ କୌଣସି ରାସ୍ତା ନ ପାଇ ପରିବାର ପ୍ରତିପୋଷଣ ପାଇଁ ଦାଦନ ଶ୍ରମିକ ଭାବେ ସେ କେରଳ ଯାଇଥିଲେ. ସେଠାରେ ଏକ ଘରୋଇ କ୍ରସରରେ ଜେସିବି ଡ୍ରାଇଭର ଭାବେ କାମ ପାଇଥିଲେ. ମାତ୍ର ସେଠାରେ 2 ଦିନ କାର୍ଯ୍ୟ କରିବା ପରେ ସେଠାକାର କିଛି ଅଜଣା ବ୍ୟକ୍ତି ତାଙ୍କୁ ମରଣାତ୍ମକ ଆକ୍ରମଣ କରି ଫିଙ୍ଗି ଦେଇଥିଲେ.ଏହି ଘଟଣା ନେଇ କେରଳରେ କାର୍ଯ୍ୟରତ କେତେକ ଶ୍ରମିକ ପୋଲିସକୁ ଜଣାଇବା ପରେ କେରଳ ପୋଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ.ସୁସ୍ଥ ହେବା ପରେ ବର୍ତ୍ତମାନ ଗଜପତିର ନିଜ ଘରକୁ ଫେରିଛନ୍ତି ସୁକାନ୍ତ. ବର୍ତ୍ତମାନ ସୁଦ୍ଧା ସୁକାନ୍ତର ସ୍ୱାସ୍ଥ୍ୟଅବସ୍ଥା ଭଲ ନୁହେଁ. ମରଣାତ୍ମକ ଆକ୍ରମଣଜନିତ ପୀଡାରେ ସେ ଦୁଃଖ ଯନ୍ତ୍ରଣା ପାଉଛନ୍ତି. ସୁକାନ୍ତଙ୍କ ପରିବାରକୁ ଆବଶକ୍ୟ ସହାୟତା ପ୍ରଦାନ ପାଇଁ ଅଞ୍ଚଳବାସୀ ନିବେଦନ କରିଛନ୍ତି.