ଦାରିଙ୍ଗବାଡିରେ ଇକୋ ରିଟ୍ରିଟ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ ପାଇଁ ଆରମ୍ଭ ହୋଇଥିବା ଦାରିଙ୍ଗବାଡିରେ ଇକୋ ରିଟ୍ରିଟକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଶୁଭାରମ୍ଭ କରିଛନ୍ତି | କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି |ଏହି ଇକୋ ରିଟ୍ରିଟରେ ୨୫ଟି ତମ୍ବୁରେ ଶୀତ ତାପ ନିୟନ୍ତ୍ରଣ କକ୍ଷ ରହିଛି | ସେଥିରେ ପର୍ଯ୍ୟଟକ ମାନଙ୍କୁ ପଞ୍ଚତାରକା ହୋଟେଲର ସୁବିଧା ବ୍ୟବସ୍ଥା ରହିଛି ଯାହାର ମୂଲ୍ୟ ନଅ ହଜାର ଚାରିଶ ଚାଳିଶି ଟଙ୍କା, ଏହା ଅନଲାଇନ ମାଧ୍ୟମରେ ପର୍ଯ୍ୟଟକ ବୁକ କରି ପାରିବେ | ଦାରିଙ୍ଗବାଡିର ପର୍ଯ୍ୟଟନ ସ୍ଥଳୀ ନେଚର ପାର୍କ, ଡୁଲୁରୀ ପାଇନ ବଣ, କଫି ବଗିଚା, ହିଲ ଭିୟୁ ପାର୍କ, ଲpଭର୍ସ ପଇଣ୍ଟ ମିଡିୟୁ ବାନ୍ଧା ଜଳପ୍ରପାତ ଏବଂ ରାଇକିଆର ମଣ୍ଡାସରୁ କୁଟି ହିଲଟପ ଆଦି ବୁଲି ମଜା ନେବାର ବ୍ୟବସ୍ଥା କରାଯାଇଛି | ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ଆୟୋଜନ ହେଉଥିବା ପ୍ରକଳ୍ପଟି ଡ଼ିସେମ୍ବର ନଅ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ଅଠେଇଶ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ଚାଲୁ ରହିବ ଏହି ଇକୋ ରିଟ୍ରିଟ | ଦାରିଙ୍ଗବାଡି ଇକୋ ରିଟ୍ରିଟର ଶୁଭାରମ୍ଭ ସମୟରେ କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାମନ୍ତ, ଜିଲ୍ଲାପାଳ ଡ ବୃନ୍ଦା ଡି, ଏସପି ଭିନୀତ ଅଗ୍ରୱାଲ,କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାକ୍ଷା ପ୍ରଧାନ, ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ