ଫୁଲବାଣୀରେ ମେଡିକାଲ କଲେଜକୁ କ୍ୟାବିନେଟ ସ୍ୱୀକୃତି: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସାଂସଦ ଅଚ୍ୟୁତ ସାମନ୍ତ ଓ ଜିଲାପାଳ ଡି.ବୃନ୍ଦା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ କନ୍ଧମାଳ ଜିଲାରେ ମେଡିକାଲ କଲେଜ ସ୍ଥାପନ ପାଇଁ ସ୍ୱୀକୃତି ପ୍ରଦାନ କରିଛି ରାଜ୍ୟ ସରକାର। ପ୍ରକଳ୍ପ ପାଇଁ ୩୮୦ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି। ଏଠାରେ ୧୦୦ ଶଯ୍ୟାର ବ୍ୟବସ୍ଥା ରହିବ ବୋଲି କୁହାଯାଇଛି। ଏଥିପାଇଁ ଫୁଲବାଣୀ ସହର ଉପକଣ୍ଠ କଲାଡିଠାରେ ୩୦ ଏକର ଜମି ଚିହ୍ନଟ କରାଯାଇଛି। ଆଜି କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯିବା ପରେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଏହାଦ୍ୱାରା କନ୍ଧମାଳ ଜିଲାର ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇ ପାରିବ ବୋଲି ଆଶା ପ୍ରକାଶ କରିଥିଲେ। ଏହି ମେଡିକାଲ କଲେଜ ନିର୍ମାଣ ଓ ପରିଚାଳନା ପାଇଁ ସାପୁରଜି ଓ ପାମାଲଜି ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିବା ସେ ସୂଚନା ଦେଇଥିଲେ। କନ୍ଧମାଳ ମେଡ଼ିକାଲ୍‌ କଲେଜ ନିର୍ମାଣ କାର୍ଯ୍ୟ ୩୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ସେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲା ବିଜେଡି ସଭାପତି ସରୋଜ କୁମାର କର୍ଣ୍ଣଙ୍କ ସମେତ ବହୁ ବିଜେଡ଼ି ନେତା ଓ କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ