ଦାରିଙ୍ଗବାଡି ଡ୍ରାଇଭର ମହାସଂଘ ବୈଠକ : କଲ୍ୟାଣ ପାଣ୍ଠି ସହ ସଂଘକୁ ମଜବୁତ କରିବାକୁ ଗୁରୁତ୍ୱାରୋପ 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ସ୍ଥିତ ମିଶ୍ର କଲ୍ୟାଣ ମଣ୍ଡପ ଠାରେ ଦାରିଙ୍ଗବାଡ଼ି ଡ୍ରାଇଭର ମହାସଂଘ ପକ୍ଷରୁ ଏକ ବୈଠକ ଆୟୋଜନ ହୋଇଯାଇଛି । ଏହି ବୈଠକରେ ଓଡ଼ିଶା ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି (ଅଜୁ ଭାଇ) ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରା, ଜିଲ୍ଲା ସଭାପତି ଆଲୋକ ବେହେରା, ଉପ ସଭାପତି ମାନସ ସାମଲ, ସମ୍ପାଦକ ବଳରାମ ନାୟକ, ସହସମ୍ପାଦକ ପ୍ରଭାସ ବେହେରା,କୋଷାଧ୍ୟକ୍ଷ ପପୁ ପ୍ରଧାନ, ଦାରିଙ୍ଗବାଡ଼ି ମହାସଂଘ ସଭାପତି ପ୍ରଭଞ୍ଜନ ନାୟକ ଓ ବରିଷ୍ଠ ଡ୍ରାଇଭର ଲକପତି ପଡ୍ରା ଓ ପ୍ରଫୁଲ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ମହାସଂଘ ପକ୍ଷରୁ ପ୍ରଥମେ ସାରିଙ୍ଗଗ୍ରିପି ଗ୍ରାମ ଠାରୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଏକ ସଚେତନ ରାଲି କରିଥିଲେ । ବୈଠକରେ ଡ୍ରାଇଭର ମହାସଂଘକୁ କିଭଳି ସୁଦୃଢ କରିବା ଓ କଲ୍ୟାଣ ପାଣ୍ଠି ସୃଷ୍ଟି କରି ଆବଶ୍ୟକ ସ୍ଥଳେ ଡ୍ରାଇଭର ଭାଇ ମାନଙ୍କୁ ସହଯୋଗ କରିବା ସହ ଘଟଣା କିମ୍ବା ଦୁର୍ଘଟଣା ସମୟରେ ଡ୍ରାଇଭର ଭାଇ ମାନଙ୍କୁ ସହାୟତା କରିବା ସେନେଇ ଆଲୋଚନା ହୋଇଥିଲା । ଏଥି ସରକାରୀ ସହାୟତା  ନିମନ୍ତେ ଦାବି ହୋଇଥିଲା । ଏହି ବୈଠକକୁ ଦାରିଙ୍ଗବାଡ଼ି ଡ୍ରାଇଭର ମହାସଂଘ ଉପସଭାପତି ସନ୍ତୋଷ ଦିଗାଲ ପରିଚାଳନା କରିଥିଲେ । ବୈଠକରେ ମହାସଂଘର ଏକାଧିକ ଡ୍ରାଇଭର ସଦସ୍ୟ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ