‘ଶହୀଦ ସ୍ମରଣେ’କାର୍ଯ୍ୟକ୍ରମରେ ବାଲେଶ୍ୱର ସାମ୍ବାଦିକ ସମ୍ବର୍ଦ୍ଧିତ
ବାଲେଶ୍ୱର, (ସରୋଜ ପଣ୍ଡା): ସ୍ୱେଚ୍ଛାସେବୀ ସଂଗଠନ ‘ସମରକ୍ରାନ୍ତି ସେନା’ ଓ ‘ଓଡ଼ିଶା ୟନିୟନ ଅଫ ୱାର୍କିର୍ଙ୍ଗ ଜର୍ଣ୍ଣାଲିଷ୍ଟ’(ଓୟୁଡବ୍ଲ୍ୟୁଜେ) ମିଳିତ ସହଯୋଗରେ ମହାନ ଦେଶଭକ୍ତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତିରେ ଆୟୋଜିତ ‘ଶହୀଦ ସ୍ମରଣେ’ କାର୍ଯ୍ୟକ୍ରମରେ ବାଲେଶ୍ୱରର ୬ଜଣ ସାମ୍ବାଦିକ ସମ୍ବର୍ଦ୍ଧତ ହୋଇଛନ୍ତି । ସେମାନେ ହେଲେ ‘ଓୟୁଡବ୍ଲ୍ୟୁଜେ’ର ଜିଲା ସଭାପତି ଉଜ୍ଜ୍ୱଳ ଚନ୍ଦ୍ର କର, ସମ୍ପାଦକ ରବି ରଂଜନ କର, ସନ୍ଦୀପ୍ତ କୁମାର ଦାସ, ବାସୁଦେବ ରାଉଳ, ଚୈତନ୍ୟ ପ୍ରସାଦ ଦାସ ଓ ବିରଞ୍ôଚ ପ୍ରଧାନ । ଭୁବନେଶ୍ୱରର କେଶରୀ ହୋଟେଲ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଲାଫ୍ଟନାଣ୍ଟ ଜେନେରାଲ ନାରାୟଣ ପ୍ରସାଦ ମହାନ୍ତି, ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁଷ ପଟ୍ଟନାୟକ ଓ ସୁଜ୍ଞାନ ଚୌଧୁରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମ୍ବର୍ଦ୍ଧିତ କରିଥିଲେ ।


