ଦାୟିତ୍ୱ ନେବା ପୁର୍ବରୁ କାର୍ଯ୍ୟାଳୟ ମରାମତି କଲେ ସରପଞ୍ଚ

ହାଟଡିହି, (ବିକାଶ ବିଶ୍ୱାଳ ) :ଆସନ୍ତା ୧୦ତାରିଖରେ ସରପଞ୍ଚ ମାନେ ଦାୟିତ୍ୱ ଗ୍ରହଣ କରିବେ । କିନ୍ତୁ ତା ପୁର୍ବରୁ ପଞ୍ଚାୟତ କାର୍ଯ୍ୟାଳୟକୁ ମରାମତି କରି ରଙ୍ଗଦେବା ପରେ କାର୍ଯ୍ୟାଳୟକୁ ପ୍ରବେଶ କରିବା ଲକ୍ଷରେ ଜଣେ ସରପଞ୍ଚ କାର୍ଯ୍ୟାଳୟ ଗୃହକୁ ନିଜସ୍ୱ ଉଦ୍ୟମରେ ମରାମତି କରି ଚକାକଚ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ହାଟଡିହି ବ୍ଲକ ପନ୍ଦାଡୋ ପଞ୍ଚାୟତରେ । ପନ୍ଦାଡୋ ପଞ୍ଚାୟତର ସରପଞ୍ଚ ସଶ୍ମିତା ଓଝା ଆସନ୍ତା ୧୦ତାରିଖରେ ସରପଞ୍ଚ ଭାବେ ଦାୟିତ୍ୱ ନେବାର ସରକାରୀ ନିର୍ଦ୍ଦେଶନାମା ପାଇଁଛନ୍ତି । କିନ୍ତୁ କାର୍ଯ୍ୟାଳୟର କାନ୍ଥ ଗୁଡିକ ଫାଟିଯିବା ସହିତ ଘରର ଛାତରୁ ଫଡାଫଡା ହୋଇ ପ୍ଲାଷ୍ଟର ଖସୁଥିବା ଦେଖିବାକୁ ମିଳିଥିଲା । କାନ୍ଥ ଫାଟ ମାନଙ୍କରେ ବିଷାକ୍ତ ସାପ ମାନେ ମଧ୍ୟ ରହିଥିବା ଦେଖିବାକୁ ମିଳିଥିଲା । ଏସବୁ ଜାଣିବାପରେ କିପରି ଭଙ୍ଗା ଘରକୁ ପ୍ରବେଶ କରିବେ ସେନେଇ ପିଇଓଙ୍କ ସହିତ ଆଲୋଚନା କରି ବାଧ୍ୟହୋଇ ନିଜସ୍ୱ ଉଦ୍ୟମରେ କାର୍ଯ୍ୟାଳୟକୁ ମରାମତି କରୁଛନ୍ତି । ଯାହାକି ଏବେ ସମଗ୍ର ଅଞ୍ଚଳରେ ଆଳୋଚନାର ବିଷୟ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ