ଦିଗପହଣ୍ଡିରେ ଧାନମଣ୍ଡି ରେଜିଷ୍ଟ୍ରେସନରେ ସମସ୍ୟା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତି ମାନଙ୍କରେ ଚଳିତବର୍ଷ  ଧାନ ମଣ୍ଡି ରେ ଚାଷୀ ମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ  ଚାଷୀ ବିବିଧ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।ପ୍ରତିବାଦରେ ସୋମବାର ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ପରେ ତହସିଲଦାର ସନ୍ତୋଷ କୁମାର ସାହୁ ଙ୍କ ସହ ଚାଷୀ ପ୍ରତିନିଧି ବୃନ୍ଦ ସବିଶେଷ ଆଲୋଚନା କରିବା ସହ ଗଞ୍ଜାମ ଜିଲାପାଳ ଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବୀ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ। ଧାନମଣ୍ଡି ରେ ଚାଷୀ ଙ୍କ ନାଁ ରେଜିଷ୍ଟ୍ରେସନ ତାରିଖ ଅବଧି ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ଯାଏଁ ବର୍ଦ୍ଧିତ କରାଯାଉ।ରେଜିଷ୍ଟ୍ରେସନ ନିୟମ କୁ ସରଳୀକରଣ କରାଯାଉ।ଭାଗଚାଷୀ ଙ୍କ ରେଜିଷ୍ଟ୍ରେସନ ସମୟରେ ଜମି ମାଲିକ ଙ୍କ ଉପସ୍ଥିତି ବାଧ୍ୟତାମୂଳକ ନିୟମ କୁ ଉଚ୍ଛେଦ କରାଯାଉ।ଚାଷୀ ମାନଙ୍କ ନିଜସ୍ଵ ଘୋଷଣାନାମା ଜରିଆରେ ସମବାୟ ସମିତି ର ଚାଷୀ କମିଟି ଦ୍ବାରା ସେମାନଙ୍କୁ ଚିହ୍ନଟ କରି ମଣ୍ଡି ରେ ରେଜିଷ୍ଟ୍ରେସନ କରାଯାଉ। ରେଜିଷ୍ଟ୍ରେସନ ସମୟରେ ଇ- କେୱାଇସି ବ୍ୟବସ୍ଥା ବାତିଲ କରାଯାଉ। ସାର ଯୋଗାଣରେ ଅନ୍ ଲାଇନ୍ ଜରିଆରେ ଦେୟ କୁ ବାଧ୍ୟ ନକରି ନଗଦ ଟଙ୍କା ବଦଳରେ ଚାଷୀଙ୍କୁ ରିହାତି ଦରରେ ସାର, ପିଡ଼ିଆ ଯୋଗାଇ ଦିଆଯିବା ପ୍ରଭୃତି ସ୍ମାରକପତ୍ର ରେ ଉଲ୍ଲେଖ ରହିଛି। ସାମ୍ପ୍ରତିକ ପରିସ୍ଥିତିରେ ଧାନମଣ୍ଡି ରେ ଚାଷୀ ରେଜିଷ୍ଟ୍ରେସନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କଠୋର ନୀତି ନିୟମ ଓ ନୂତନ ଆଇନ  ଯୋଗୁଁ ଦିଗପହଣ୍ଡି ବ୍ଲକ ଅଧିନ ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରେ ରହୁଥିବା ନିମ୍ନ ମଧ୍ୟବିତ୍ତ ଚାଷୀ,ଭାଗ ଚାଷୀ,ବିଶେଷ କରି ମଠ,ମନ୍ଦିର ଜମି ଚାଷ କରି ଜୀବିକା ନିର୍ବାହ କରୁଥିବା ପ୍ରାୟ ୭୦ ପ୍ରତିଶତ ଭାଗଚାଷୀ ଚଳିତବର୍ଷ ଖରିଫ ଧାନ ଅମଳ ପରେ କଷ୍ଟାର୍ଜିତ ଧାନ କୁ ସରକାରଙ୍କ ନିର୍ଦ୍ଧାରିତ ଦର ରେ ବିକ୍ରୀ ପାଇଁ ମଣ୍ଡି ରେ ରେଜିଷ୍ଟ୍ରସନ କରିବାରୁ ବଞ୍ଚିତ ହେଉଛନ୍ତି। ଫଳରେ ପ୍ରତିବର୍ଷ ଗାଁ ଗହଳ ରେ ସାହୁକାର ମହାଜନ ମାନଙ୍କ ଠାରୁ ସୁଧ(କଳନ୍ତର) ରେ ଟଙ୍କା ଆଣି ଧାର କରଜ କରି ଜମି ରେ ଧାନ ଚାଷ କରିଥିବା ଗରିବ ଅସହାୟ ଚାଷୀ ପରିବାର କ୍ଷତି ସହିବା ଆଶଙ୍କା ପ୍ରକାଶ ପାଇଛି ବୋଲି କୃଷକ ସଭା ର କାର୍ଯ୍ୟକର୍ତ୍ତା ଆଇନଜୀବି କୁରେଶୁ ପଣ୍ଡା କହିଛନ୍ତି  ।ସେହିପରି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଚାଷୀ ବୃନ୍ଦ ମଧ୍ୟ ମଣ୍ଡି ରେ ସେମାନଙ୍କ ଉତ୍ପାଦିତ ଧାନ ବିକ୍ରି କରିବାରେ ଅସୁବିଧା ଭୋଗିବେ ବୋଲି କୃଷକ ସଭା ର ଗଞ୍ଜାମ ଜିଲା ସମ୍ପାଦକ ପି.ଶିବଶଙ୍କର ଓ ବ୍ଲକ କମିଟି ସଭାପତି ସୁଶାନ୍ତ କୁମାର ଷଡଙ୍ଗୀ  କହିଛନ୍ତି। ଦାବୀ ପତ୍ର ପ୍ରଦାନ ସମୟରେ ଶଶି ଭୂଷଣ ରଥ,ଉଜ୍ଜଳ ସାହୁ, କିଶୋର ଚନ୍ଦ୍ର ଜେନା,ପି.ବିଶ୍ଵନାଥ,ପି.ଗୋବିନ୍ଦ,ଏମ.ଜଗନ୍ନାଥ,ପି.ହୃଷୀକେଶ ରାଓ, ଅର୍ବ୍ଦୁୁ.ପୁରୁଷୋତ୍ତମ, ଇ. ସିମାଦ୍ରୀ, ଅର୍ଦ୍ଦୁ. ହରି, ଅର୍ବ୍ଦୁ. ସୂର୍ଯ୍ୟନାରାୟଣ, ଅର୍ଦ୍ଦୁୁ. କୃଷ୍ଣମୂର୍ତ୍ତି, କେ. ବାଲାଜୀ, ବି. କାଳିଆ, ଏମ. ରାମଚନ୍ଦ୍ର,ଏମ. ଚୈତନ୍ୟ,ଜି. ଶୁକୁରୁ, ପି. ହୃଷିକେଶ ରାଓ,ଇ. କୈଳାଶ, ଏ. ଭାସ୍କର,ଏ.ଦୟାଳୁ, ଏନ୍. ଚକ୍ରପାଣି,ଏ. ମାଧବ, ଏ. ମୁତିଆଲୁ,ପି.ରଘୁ ପ୍ରମୁଖ ବହୁ ସଂଖ୍ୟକ ଚାଷୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ