ନିଟ ପରୀକ୍ଷାରେ ସଫଳତା ହାସଲ କରିଥିବା ଶୁଭଙ୍କରଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ ପ୍ରତିନିଧି
ବନ୍ତ,(ଚାନ୍ଦିନୀ ମହାନ୍ତି): ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ଭୁବନେଶ୍ୱରପୁର ଶାସନ ଗ୍ରାମର ବଳରାମ ମିଶ୍ର ଓ ସ୍ୱର୍ଣ୍ଣଲତା ମିଶ୍ରଙ୍କ ସୁପୁତ୍ର ଶୁଭଙ୍କର ମିଶ୍ର ନିଟ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ବନ୍ତ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଏହି ସଫଳତା ପାଇଁ ସୋମବାର ଭଣ୍ଡାରିପୋଖରୀ ବିଧାୟକ ପ୍ରତିନିଧି ସ୍ମୃତିରଞ୍ଜନ ସ୍ୱାଇଁ ତାଙ୍କ ବାସଭବନରେ ପହଞ୍ଚି ପୁଷ୍ପଗୁଚ୍ଛ,ଉତ୍ତରୀୟ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ପ୍ରଦାନ କରି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏଥିସହ ଶୁଭଙ୍କରଙ୍କ ଉଜ୍ଜ୍ୱଳ ଶିକ୍ଷା ଜୀବନ ଓ ସଫଳ ଭବିଷ୍ୟତ କାମନା କରିଥିଲେ । ଗ୍ରାମାଞ୍ଚଳର ପ୍ରତିଭାବାନ ଛାତ୍ରୀଛାତ୍ର ନିଜର କଠିନ ପରିଶ୍ରମ,ଅଧ୍ୟବସାୟ ଓ ଦୃଢ଼ ସଂକଳ୍ପ ବଳରେ ଜାତୀୟ ସ୍ତରରେ ସଫଳତା ହାସଲ କରିବା ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ । ଶୁଭଙ୍କରଙ୍କ ସଫଳତା ଆଗାମୀ ପିଢ଼ିର ଛାତ୍ରୀଛାତ୍ରଙ୍କୁ ଉଚ୍ଚ ଲକ୍ଷ୍ୟ ନେଇ ଆଗକୁ ବଢ଼ିବାକୁ ପ୍ରେରଣା ଦେବ ବୋଲି ଶ୍ରୀ ସ୍ବାଇଁ କହିଥିଲେ ।ସମ୍ବର୍ଦ୍ଧନା ସମୟରେ ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଚିନ୍ମୟ ଦାସ, ଯୁବନେତା ସମିମ୍ ନୱାଜ, କିଶୋର ରାଉତ, ଶିଶିର ପାତ୍ର, ଶିଶର ନାୟକ ପ୍ରମୁଖ ଉପସ୍ଥିତ ଥିଲେ l


