ଦିଗପହଣ୍ଡି ଥାନା : ୨୭ ଜଣଙ୍କୁ ୧୦୭ ନୋଟିସ୍

ଦିଗପହଣ୍ଡି :୨୦୧୯ ସାଧାରଣ ନିର୍ବାଚନ ନେଇ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ରାଜନିତୀ ଉଷ୍ମତା ଜୋର୍ ଧରିଥିବା ବେଳେ ଶାନ୍ତିଶୃଙ୍ଖଳାରେ ନିର୍ବାଚନ ସମ୍ପାଦନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଛି । ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଥିବା ଦେଖିବାକୁ ମିଳିଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନେତୃମଣ୍ଡଳୀ ଓ କର୍ମୀ ମାନେ ସେମାନଙ୍କ ରଣ କୌଶଳ ଏବଂ କ୍ୟାମ୍ପେନିଂ ଆରମ୍ଭ କରିଦେଇଥିବା ବେଳେ ନିର୍ବାଚନ ସମୟରେ ବିଶୃଙ୍ଖଳା ସୃଷ୍ଟି ହେବାର ସମ୍ଭାବନା ରଖି ଦିଗପହଣ୍ଡି ତହସିଲ ପ୍ରଶାସନ ପକ୍ଷରୁ ଏକଜ୍ୟୁକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ଦ୍ୱାରା ୨୭ ଜଣଙ୍କୁ ସିଆରପିସିର ଧାରା ୧୦୭ ଅନୁସାରେ ନୋଟିସ୍ ପଠାଯାଇଥିବା ଜଣାପଡିଛି । ଗତ ୧୩ ତାରିଖରୁ ଏହି ବିଶୃଙ୍ଖଳାକାରୀ ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଇ ଦିଗପହଣ୍ଡି ଥାନାକୁ ଏକ ଚିଠି କରାଯାଇଥିବା ଜଣାଯାଇଛି । ମାର୍ଚ୍ଚ ମାସ ୩୦ ତାରିଖ ସୁଦ୍ଧା ନୋଟିସ୍ ହୋଇଥିବା ବ୍ୟକ୍ତି ବିଶେଷ ସେମାନେ କୋର୍ଟରେ ହାଜର ହୋଇ ଶପଥପାଠ କରିବା ପାଇଁ ନିର୍ଦ୍ଦେଶ ହୋଇଛି । ଆସନ୍ତା ୬ ମାସ ଯାଏଁ ସେମାନେ କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ନକରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶ ରହିଥିବା ବେଳେ କୋର୍ଟରେ ହାଜର ନହେଲେ କାରଣ ଦର୍ଶାଓ ସହିତ ଜରିମାନା ପୈଠ କରିବାକୁ ନିର୍ଦ୍ଦେଶ ରହିଛି । ଶାସକ ଦଳ ସମେତ ବିଭିନ୍ନ ରାଜ ନୈତିକ ଦଳର ସକ୍ରିୟ ସଦସ୍ୟ ଏବଂ ଜନପ୍ରତିନିଧି ମାନଙ୍କର ନାମ ଉକ୍ତ ତାଲିକାରେ ରହିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ