ଦିଗପହଣ୍ଡି ନିୟନ୍ତ୍ରୀତ ବଜାର କମିଟି ଓ ଇଶାଣେଶ୍ବର ପାଠାଗାରା ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ନିୟନ୍ତ୍ରୀତ ବଜାର କମିଟି ଓ ଆଡପଡା ଇଶାଣେଶ୍ବର ମନ୍ଦିର ପାଠାଗାର ପକ୍ଷରୁ ଏସନେ ତରଫରୁ ଇଶାଣେଶ୍ବର ମନ୍ଦିର ଓ ଡେଙ୍ଗାଡି ଗୋଦାମ ପରିସର ରେବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ,ବ୍ରହ୍ମପୁର ଉପ-ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ, ସାନ ଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ,ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର ପାତ୍ର,ସଂପାଦକ ବିଜେନ୍ଦ୍ର ମାଝୀ,ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ ।ସଂସ୍ଥା ପକ୍ଷରୁ ପଣସ,ଆମ୍ବ,ଅଁଳା,କଦମ୍ବ,ବାହାଡା,ଅଶ୍ବଗନ୍ଧା,ବଉଳ ,ରକ୍ତ ଚନ୍ଦନ,ନରକୋଳି ବିଭିନ୍ନ କିସମର ୫୦୦ ଗୋଟି ଚାରା ରୋପଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସରପଞ୍ଚ ନୀଳ ମାଧବ ରାଉତ,ସମିତି ସଭ୍ୟ ସୁରେନ୍ଦ୍ର ବାରିକ, ସଭାପତି ବନମାଳୀ ପ୍ରଧାନ,ଅରୁଣ କୁମାର ମିଶ୍ର,ଡାକ ରାଉତ,ଚନ୍ଦନ ରାଉତ ,ଧନୁର୍ଧର ପ୍ରଧାନ,ଉମା ଚରଣ ପ୍ରଧାନ ଓ ଇଶାଣେଶ୍ବର ମନ୍ଦିର କମିଟିର ସଦସ୍ୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ