ଦିଗପହଣ୍ଡି ବ୍ଲକରେ ଖାଲି ପଡ଼ିଥିବା ଓ୍ବାର୍ଡ ରେ ଉପନିର୍ବାଚନ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକର ଖାଲି ପଡିଥିବା ୯ ଟି ପଞ୍ଚାୟତର ସମୁଦାୟ ୧୦ ଟି ଓ୍ବାର୍ଡ ପାଇଁ ବୁଧବାର ପ୍ରାର୍ଥୀପତ୍ର ପ୍ରତ୍ଯାହାର ପ୍ରକ୍ରିୟା ଶେଷ ହୋଇଛି।ଆଙ୍କୋରଡା ପଞ୍ଚାୟତର ୪ ନମ୍ବର ଓ୍ବାର୍ଡରୁ ଉଷା ପ୍ରଧାନ ପ୍ରାର୍ଥୀପତ୍ର ପ୍ରତ୍ଯାହାର କରିନେବା ପରେ ସେଠାରେ ପିଙ୍କି ସେଠୀ ଏବଂ ଟି.ଉର୍ବଶୀ ଦୋରାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ ବୋଲି ଜଣାପଡିଛି।ସେହିଭଳି ଚୌଧୁରୀ ଟିକରପଡା ପଞ୍ଚାୟତର ୮ ନମ୍ବର ଓ୍ବାର୍ଡରେ ମିତା ସାହୁ ଏବଂ ଶ୍ରୀଦେବୀ ଚଣ୍ଡଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବାକୁ ଯାଉଥିବା ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ଡ.ଚିତ୍ତରଞ୍ଜନ ଦାସ ସୂଚନା ଦେଇଛନ୍ତି।ଅନ୍ୟ ୮ ଟି ଓ୍ବାର୍ଡରେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାରୁ ସେମାନେ ଅପ୍ରତିଦ୍ବନ୍ଦୀ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି। କେବଳ ଆନୁଷ୍ଠାନିକ ଘୋଷଣା ବାକି ଅଛି।ନିର୍ବାଚିତ ୱାର୍ଡ ସଭ୍ୟା ମାନେ ହେଲେ ଗଡଗୋବିନ୍ଦ ପୁର ୬ ନଂ ଓ୍ବାର୍ଡରୁ ନିଳେନ୍ଦ୍ରୀ କୁମାରୀ ବେହେରା, ଭିଷ୍ମଗିରି ୧୫ ନଂ ଓ୍ବାର୍ଡରୁ ସୀତା ସାହୁ, ଜକର ୧୨ ନଂ ଓ୍ବାର୍ଡରୁ ସଶ୍ମିତା କୁମାରୀ ପ୍ରଧାନ, ବିଜୟଲକ୍ଷ୍ମୀ ନାରାୟଣପୁର ୧୨ ନଂ ଓ୍ବାର୍ଡରୁ ଲାବଣ୍ଯ ନାଇକ, ଗୋକର୍ଣ୍ଣପୁର ୬ ନଂ ଓ୍ବାର୍ଡରୁ ଏଲ.ନନ୍ଦିନୀ ରେଡି, ଗୌଡଗାଁ ୧୪ ନମ୍ବର ଓ୍ବାର୍ଡରୁ ସୁଦେଷ୍ଣା ସାହୁ, ପଦ୍ମନାଭପୁର ୫ ଏବଂ ୧୯ ନଂ ଓ୍ବାର୍ଡରୁ ଯଥାକ୍ରମେ ମନୋଜ କୁମାର ରଥ ଏବଂ ବି. ଜୟଶ୍ରୀ ।ପ୍ରତିଦ୍ବନ୍ଦିତା ହେଉଥିବା ଦୁଇଟି ଓ୍ବାର୍ଡରେ ଆସନ୍ତା ମେ’ ୨ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ୪ ତାରିଖରେ ଭୋଟଗଣତି ଓ ଫଳାଫଳ ଘୋଷଣା କରାଯିବ ବୋଲି ଜଣାପଡିଛି।