ଦିଗପହଣ୍ଡି ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ‘ ସୁରଭି ‘ ଆୟୋଜିତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ନୋଡାଲ ହାଇସ୍କୁଲ ପରିସରରେ ବୁଧବାର ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ ଏବଂ ଓଡ଼ିଶା ମିଲେଟସ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ବି . ସନ୍ଧ୍ୟାରାଣୀ ସୁବୁଦ୍ଧି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସେହିପରି ହାଇସ୍କୁଲ ପରିଚାଳନା କମିଟି ସଭାପତି ବି . କ୍ରିଷ୍ଣାରାଓ ସୁବୁଦ୍ଧି , ସମିତି ସଭ୍ୟା ସୁନୀତା ରେଡ୍ଡୀ , ପୂର୍ବତନ ସମିତି ସଭ୍ୟ ସୁଶାନ୍ତ ସେଠୀ ,  ଏବିଇଓ ବାଳା ମାଝୀ , ରସାନନ୍ଦ ଘଡେ଼ଇ , ବିଶ୍ରବା ପାଇକ ପ୍ରମୁଖ ଅତିଥି ଭାବେ ମଞ୍ଚାସିନ ଥିଲେ । ଏହି ଅବସରରେ ଦିବ୍ଯାଙ୍ଗ  ଛାତ୍ରୀ ଛାତ୍ର ମାନଙ୍କୁ ଭିନ୍ନକ୍ଷମ ଉପକରଣ ବଣ୍ଟନ କରାଯାଇଥିଲା ।  ସାର୍ବଜନୀନ ଶିକ୍ଷାକୁ ଲୋକାଭିମୁଖୀ କରିବା ନେଇ ଆୟୋଜିତ ସୁରଭି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁଙ୍କ ଅନ୍ତର୍ନିହିତ ଗୁଣାବଳୀ ଓ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏବଂ ଶିଶୁର ପୂର୍ଣ୍ଣାଙ୍ଗ ବିକାଶ ସାଧନ କୁ ଶତ ପ୍ରତିଶତ ସୁନିଶ୍ଚିତ କରାଇବା ଏହି ସୁରଭି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଆୟୋଜିତ ସଭାରେ  ଆଲୋକପାତ କରାଯାଇଥିଲା । ବ୍ଲକ ଅଧିନସ୍ଥ ୧୬ ଟି କ୍ଳଷ୍ଟରର ଚତୁର୍ଥ ଶ୍ରେଣୀ ଠାରୁ ଦ୍ବାଦଶ ଶ୍ରେଣୀର ୫ ଶହ ରୁ ଉର୍ଦ୍ଧ୍ବ  ଛାତ୍ରୀ ଛାତ୍ର ଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶେଷରେ ଉଦଯାପନୀ ସମାରୋହରେ ସିଡିପିଓ ପୁଷ୍ପାଞ୍ଜଳୀ ଶତପଥୀ , ଥାନା ଏସ୍ ଆଇ ଗୌତମ ସାହୁ , ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ଯୁଲତା ମହାରଣା ପ୍ରମୁଖ ଅତିଥି ଭାବେ ଯୋଗ ଦେବା ସହ  ପ୍ରତ୍ୟେକ କ୍ଳଷ୍ଟରର ଶ୍ରେଷ୍ଠ କୃତିତ୍ୱ ହାସଲ କରିଥିବା  ଛାତ୍ରୀ ଛାତ୍ର ଙ୍କୁ ପୁରସ୍କୃତ ପ୍ରଦାନ କରାଯିବା ସହ ଆଗାମୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଥିବା ଜଣାପଡ଼ିଛି ।  ପ୍ରଧାନଶିକ୍ଷକ ରାଜେନ୍ଦ୍ର ଗୈାଡ ମଞ୍ଚ ପରିଚାଳନା କରିଥିବା ବେଳେ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ସମେତ ସମସ୍ତ ସିଆରସିସି , ପ୍ରଧାନ ଶିକ୍ଷୟିତ୍ରୀ ଶିକ୍ଷକ ଓ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଏବଂ କର୍ମଚାରୀ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ