ପଥପ୍ରାନ୍ତ ନାଟକ ମାଧ୍ଯମରେ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ସହରସ୍ଥିତ ପାଞ୍ଚପୀଢ଼ ମହିଳା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ଓଡିଶା ସରକାରଙ୍କ କ୍ରୀଡା ଓ ସଂସ୍କୃତି ବିଭାଗ ଦ୍ବାରା “ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ର ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଭଚ୍ଚ ମାଧ୍ଯମିକ ବିଦ୍ୟାଳୟର ଭାର ପ୍ରାପ୍ତ ଅଧ୍ଯକ୍ଷ ଶ୍ରୀ ଯୁକ୍ତ ଉମେଶ କୁମାର ଅଗ୍ରୱାଲ ଓ ଅବସର ପ୍ରାପ୍ତ ତର୍କଶାସ୍ତ ପ୍ରାଧ୍ୟାପକ ପ୍ରସନ୍ନ କୁମାର ସାହୁ ପତାକା ଦେଖାଇ ସାମାଜିକ ସେବା କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ତା ୨୨/୧୨/୨୦୨୩ ରିଖ ଶୁକ୍ରବାର ୧୦.୩୦ ରେ ଶୁଭାରମ୍ଭ କରିଥିଲେ । ଏହି ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରରୁ ଏକ ସଚେତନତା ଶୋଭା ଯାତ୍ରା ବାହାରି ଅଙ୍କୁରା ଗ୍ରାମର ଟେଣ୍ଟୋପୋସି ଅଙ୍କୁରା ସାହି ଭ୍ରମଣ କରି ଅଙ୍କୁରା ଛକରେ ଏକ ସଚେତନତା ପଥପ୍ରାନ୍ତ ନାଟକ ଦ୍ବାରା ଜନ ସାଧାରଣଙ୍କୁ ସଚେତନ କରିଥିଲେ । ଏହି ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ରେ ୧୪ ନମ୍ବର ର କାଉନସିଲର ଭାବଗ୍ରାହି ମହାନ୍ତ ଉପସ୍ଥିତ ରହି ଏହି ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । “ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ର ନୋଡାଲ ଅଧ୍ଵକାରୀ ଓଡ଼ିଆ ଅଧ୍ୟାପକ ମାନସ ରଞ୍ଜନ ବେହେରାଙ୍କ ନେତୃତ୍ବରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା ଓ ବିଞ୍ଜାନ ର ଛାତ୍ରୀ ମାନେ ଏହି ସଚେତନତା କାର୍ଯ୍ଯ ରେ ଅଂଶ ଗ୍ରହଣ କରିଥିଲେ । ପ୍ଲାଷ୍ଟିକ ମୁକ୍ତ ସଚେତନତା ପଥପ୍ରାନ୍ତ ନାଟକରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ର ଗୁଡ଼ିଆରାଣୀ ମହାନ୍ତ, ରୁକ୍ମଣୀ ମହାନ୍ତ, ରଶ୍ମୀ ମୁଣ୍ଡା,ପାୟଲ ମହାନ୍ତ ଅଭିନୟ କରି ଜନସାଧାରଣଙ୍କୁ ସଚେତନ କରିବାର ପ୍ରୟାସ କରିଥିଲେ । ଯୁବ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଳନ ସାମାଜିକ ସେବା କାର୍ଯ୍ଯ ଅବସରରେ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମରେ ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମାନେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ସଚେତନତା ମୂଳକ ସ୍ଳୋଗାନର ସାହାଯ୍ଯ ନେଇ ଥିଲେ ।ଭୀମସେନ ବେହେରା ମଙ୍ଗଳୁ ଚରଣ ମହାନ୍ତ ଉପସ୍ଥିତ ରହି ଏହି ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ କରିବା ପାଇଁ ଚିତ୍ତରଞ୍ଜନ ଦଳେଇ ମଧ୍ଯ ସହଯୋଗ କରିଥିଲେ |


