ଦିନକରେ ‘ଏମଆରଏସଏଏମ’ର ଦୁଇଥର ପରୀକ୍ଷା

ବାଲେଶ୍ୱର, (ସରୋଜ ପଣ୍ଡା) :ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ (ଡିଆରଡିଓ) ପକ୍ଷରୁ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ ନମୁନା କ୍ଷେପଣାସ୍ତ୍ର (ଏମଆରଏସଏଏମ)ର ଦୁଇଥର ପରୀକ୍ଷା ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏକୀକୃତ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ର ୩ ନଂ ଲଞ୍ଚ କମ୍ପେ୍ଲକ୍ସରୁ ଏହା ପରୀକ୍ଷା କରାଯାଇଥିଲା । ଡିଆରଡିଓ ଓ ଇସ୍ରାଏଲର ମିଳିତ ଉଦ୍ୟମରେ ନିର୍ମିତ ଏହି ‘ଏମଆରଏସଏଏମ’ କ୍ଷେପଣାସ୍ତ୍ରର ୭୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦର କ୍ଷମତା ରହିଛି । ଏହା ବାୟୁମଣ୍ଡଳର ୧୬ କିଲୋମିଟର ଉପରେ ଶବ୍ଦର ଗତିଠାରୁ ୪.୫ଗୁଣ ଅଧିକ ବେଗର ଗତି କରିଥାଏ । ଏହା ୬୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନର ଉଭୟ ପାରମ୍ପାରିକ ଓ ଆଣିବିକ ଯୁଦ୍ଧାସ୍ତ୍ର ଧାର୍ଯ୍ୟ ଲକ୍ଷ୍ୟରେ ପହଞ୍ଚାଇ ଥାଏ ଏହି କ୍ଷେପଣାସ୍ତ୍ର । ‘ଏମଆରଏସଏଏମ’ର ଓଜନ ୨୭୫ କିଲୋଗ୍ରାମ, ଲମ୍ବ ୪.୫ ମିଟର ଓ ମୋଟେଇ ୦.୨୨୫ମିଟର ଅଟେ । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରରେ ସଲିଡ ପ୍ରୋପଲାଣ୍ଟ ରକେଟ ଇଂଜିନ ବ୍ୟବହାର କରାଯାଇଛି । ଏହି ପରୀକ୍ଷା ପାଇଁ ଆଇଟିଆର ଲଞ୍ଚ କମ୍ପେକ୍ସ-୩ର ଅଢ଼େଇ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ଥିବା ୫ ଗୋଟି ପଞ୍ଚାୟତରୁ ୭ହଜାର ଗ୍ରାମବାସୀଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଛି । ଗତ୨୭ ତାରିଖରେ ଏମଆରଏସଏଏମକୁ ସଫଳତାର ସହ ପରୀକ୍ଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ