ଦିନ ୧୧ଟା ଠାରୁ ପରିବା ଓ ଗ୍ରୋସରୀ ଦୋକାନ ବନ୍ଦ

ହାଟଡ଼ିହି : କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସରକାର ୨୧ଦିନିଆ ଲକଡାଉନ ଘୋଷଣା କରିଥିବାବେଳେ କେବଳ ପରିବା, ଗ୍ରୋସରୀ ଓ ଔଷଧ ଦୋକାନ ଗୁଡିକୁ ସେଥିରୁ ବାଦ ଦିଆଯାଇଥିଲା । ଫଳରେ ଲୋକମାନେ ସେମାନଙ୍କ ଜରୁରୀ ସାମଗ୍ରୀମାନ କିଣି ପାରୁଥିଲେ । ମାତ୍ର ଲୋକଙ୍କର ଛକ ବଜାର ମାନଙ୍କରେ ଗହଳି ଓ ସବୁ ସମୟରେ ବାହାନା ଦେଖାଇ ଘରୁ ଆସି ଦିନ ତମାମା ଛକ ବଜାର ମାନଙ୍କରେ ବୁଲିବାକୁ ରୋକିବା ପାଇଁ ଆଜିଠାରୁ ଦିନ ୧୧ଟା ପରେ ପରିବା ଓ ଗ୍ରୋସରୀ ଦୋକାନ ସବୁ ବନ୍ଦ କରିବାକୁ ପୁଲିସ ପ୍ରଶାସନ ନିଷ୍ପତି ନେଇଛି । ଏନେଇ ଡାକବାଜି ଯନ୍ତ୍ରଦ୍ୱାରା ଦୋକାନୀମାନଙ୍କୁ ଓ ଲୋକମାନଙ୍କୁ ଜଣାଇ ଦିଆଯାଇଛି । ଫଳରେ ଆଜି ଦିନ ୧୧ଟାପରେ ଛେନାପଦି, ହାଟଡିହି, ମରୈଗାଁ, ଚୋରଗଡିଆ, ବଡରମ୍ପାସ, ବରାଙ୍ଗଛକ, ଶାଳଣିଆଁ ଆଦି ବଜାର ମାନଙ୍କରେ ସମସ୍ତ ଦୋକାନ ବଜାର ବନ୍ଦ ହୋଇଯାଇଛି । ଆଜି ଅପରାହ୍ନରେ କେବଳ ଔଷଧ ଦୋକାନକୁ ଛାଡି ଦେଲେ ଆଉ କୌଣସି ଦୋକାନ ଖୋଲା ଯାଇନଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ