ଦିବଙ୍ଗଗତ କଣ୍ଠଶିଳ୍ପୀଙ୍କୁ ସ୍ୱର ନୈବେଦ୍ୟ
ବ୍ରହ୍ମପୁର,(ଅନିଲ କୁମାର):ସ୍ଥାନୀୟ ରେଡ୍ଡୀ ଗ୍ୟାରେଜ ଛକ ରାଧାକୃଷ୍ଣ ସାହି ଠାରେ ଧର୍ମପରାୟଣା ବାର୍ଷିଆନ କଣ୍ଠଶିଳ୍ପୀ ରେଣୁକା ପତିଙ୍କ ଦ୍ୱାଦଶାହ ଅବସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି l ରୟାଲ ମି୍ୟୁଜିକ ପରିଚାଳକ ରମେଶ ସେଠୀଙ୍କ ଅଧ୍ୟାକ୍ଷତରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ କାର୍ଯ୍ୟକ୍ରମରେ ସହରର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ରହି ବାକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ l ଏହି ଅବସରରେ ଶ୍ରୀଶ୍ରୀଶ୍ରୀ ବୈଦ୍ୟନାଥେଶ୍ଵର ଭଜନ ସତସଙ୍ଗ ଦଳ ତରଫରୁ ଏକ ଭଜନ ସମାରୋହର ଆୟୋଜନ ହୋଇଥିଲା l ଏଥିରେ ସର୍ବଶ୍ରୀ ଆଶୁତୋଷ ମହାପାତ୍ର, ମାଧବ ଜେନା, ଗୌରହରୀ ମହାରଣା, ବୃନ୍ଦାବନ ସାହୁ, ସନାତନ ରଣା, ମାନସ ଦାସ, କାହ୍ନl, ବାବୁ, ଅଞ୍ଜନା, ରାଜଲକ୍ଷ୍ମୀ ପ୍ରମୁଖ ବହୁ କଣ୍ଠଶିଳ୍ପୀ ଅଂଶ ଗ୍ରହଣ କରି ସ୍ବର୍ଗତା କଣ୍ଠଶିଳ୍ପୀଙ୍କୁ ଭଜନ ପରିବେଷଣ ମାଧ୍ୟମରେ ସ୍ୱର ନୈବେଦ୍ୟ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ବରିଷ୍ଠ ଉଦଘୋଷକ ସୂର୍ଯ୍ୟ ନାରାୟଣ ପାତ୍ର ଦିଗୁ l ସ୍ବର୍ଗତା ପତିଙ୍କ ଆତ୍ମୀୟ ସ୍ୱଜନ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l