ଦିବ୍ୟାଙ୍ଗମାନଙ୍କ ସହାୟତାରେ ଡ଼. କେଏସଏନ ରାଓଙ୍କ ଅବଦାନ ଅତୁଳନୀୟ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌) : ଓଡ଼ିଶାରେ ଦୃଷ୍ଟିହୀନଙ୍କ ସମେତ ଦିବ୍ୟାଙ୍ଗମାନଙ୍କ ଶିକ୍ଷା ଓ ଥଇଥାନ ଯୋଜନା କ୍ଷେତ୍ରରେ ବର୍ଷିୟାନ ସମାଜସେବୀ, ତ୍ୟାଗୀ ଓ ମାନବବାଦୀ ବ୍ୟକ୍ତିତ୍ୱ ଡ଼. କେ. ସତ୍ୟନାରାୟଣ ରାଓଙ୍କ ଅବଦାନ ଅତୁଳନୀୟ ବୋଲି ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନ ଓ ଏଲବିଭିଟିସିଏସ୍ର ମିଳିତ ଉଦ୍ୟମରେ ଡ଼. କେଏସଏନ ରାଓଙ୍କ ଶତବାର୍ଷିକୀ ସମାରୋହ ଅବସରରେ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ଆମ୍ବପୁଆସ୍ଥିତ ଏଲବିଭିଟିସିଏସ୍ ଠାରେ ଏକ ସମ୍ପର୍କରେ ଆୟୋଜିତ ଏକ ସଭାରେ ଓବିଏଫ୍ର ସଭାପତି ତଥା ଏଲବିଭିଟିସିଏସ୍ର ନିର୍ଦ୍ଦେଶକ ବିଜୟ କୁମାର ରଥ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ଇଂ. ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡ଼ା. ଏସ. ମନ୍ମଥ ରାଓ, ଅବସରପ୍ରାପ୍ତ ଇତିହାସ ପ୍ରଫେସର ରାଜା ମୋହନ ରାଓ, ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଟି. ଭେଙ୍କଟ ରାଓ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ କଲ୍ୟାଣୀ ଦାଶ, ଅବରସପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର କେ. ସାବିତ୍ରୀ, ନବୀନର ସମ୍ପାଦକ ରବି ରଥ ପ୍ରମୁଖଙ୍କୁ ଉତ୍ସବରେ ସମ୍ମାନିତ କରାଯାଇଥିଲା। ଅତିଥିମାନେ ତାଙ୍କ ବକ୍ତବ୍ୟରେ ଓଡ଼ିଶାରେ ଦୃଷ୍ଟିହୀନମାନଙ୍କ ଶିକ୍ଷା, ଥଇଥାନ, ବ୍ରେଲ ପ୍ରେସ ପ୍ରତିଷ୍ଠା, ବୟସ୍କ ଦୃଷ୍ଟିହୀନଙ୍କୁ ତାଲିମ ବ୍ୟବସ୍ଥା, ବଧିର ବିଦ୍ୟାଳୟ ଓଡ଼ିଶାରେ ଦୃଷ୍ଟିହୀନ ପ୍ରତିଷ୍ଠାନ ଭଳି ଅନୁଷ୍ଠାନଗୁଡ଼ିକ ପ୍ରତିଷ୍ଠା କରି ସବୁଦିନ ପାଇଁ କେଏସଏନ ରାଓ ଏମାନଙ୍କ ସ୍ମୃତିପଟ୍ଟରେ ରହିବେ ବୋଲି ବକ୍ତାମାନେ କହିବା ସହ ତାଙ୍କ ଆଦର୍ଶ ଓ ନୀତିରେ ଅନୁପ୍ରାଣିତ ହେବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଦୃଷ୍ଟିହୀନ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଅବସରପ୍ରାପ୍ତ କର୍ମଚାରୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ଦୃଷ୍ଟିହୀନ କର୍ମଚାରୀମାନଙ୍କୁ ପୋଷାକ, ଧଳାବାଡ଼ି, ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ଶତବାର୍ଷିକୀ ସମାରୋହରେ ତାଙ୍କ କନ୍ୟା ଭି. ଆଶାଲତା, ମଣିମାଳା ଓ ତାଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ଅତିଥିମାନଙ୍କ ଦ୍ୱାରା ଦୃଷ୍ଟିହୀନମାନଙ୍କ ପାଇଁ ସହାୟତା କରିଥିବା ମହାପୁରୁଷମାନଙ୍କ ସମ୍ପର୍କରେ ଏକ ପୁସ୍ତକ ଉନ୍ମୋଚନ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ