ଲୋକଙ୍କ ପସନ୍ଦ ଆସୁଛି ‘ୱଣ୍ଡର ୱମ୍ୟାନ’
ମୁମ୍ବାଇ: ଲୋକଙ୍କ ପସନ୍ଦ ହେବାରେ ଲାଗିଛି ହଲିଉଡ଼ ଫିଲ୍ମ ‘ୱଣ୍ଡର ୱମ୍ୟାନ’ର ଟ୍ରେଲର | ଏହି ଟ୍ରେଲର୍ ଲୋକଙ୍କ ମନ ଜିଣିବାରେ ଲାଗିଛି। ଟ୍ରେଲର ରିଲିଜ ହେବାର ଦୁଇ ଦିନ ମଧ୍ୟରେ ଏହାକୁ ୧ କୋଟି ୧୭ ଲକ୍ଷ ଥର ଦର୍ଶକ ଦେଖିସାରିଲେଣି | ଏଥିରୁ ଫିଲ୍ମର ଲୋକପ୍ରିୟତା ପ୍ରତିପାଦିତ ହେବାରେ ଲାଗିଛି। ଦୁନିଆକୁ ଶତ୍ରୁଙ୍କ କବଳରୁ ରକ୍ଷା କରିବା ପାଇଁ ୱଣ୍ଡର ୱମ୍ୟାନ କି ପ୍ରକାର କସରତ କରୁଛନ୍ତି ଏହାକୁ ନେଇ ପର୍ଯ୍ୟବେସିତ ହୋଇଛି ଫିଲ୍ମର କାହାଣୀ । ତେବେ କାର୍ଟୁନ ସିରିଜ ‘ୱଣ୍ଡର ୱମ୍ୟାନ’ ଓ ଫିଲ୍ମ କାହାଣୀ ମଧ୍ୟରେ ଅଳ୍ପ ବହୁତ ପାର୍ଥକ୍ୟ ରଖାଯାଇଛି ।
ବର୍ତ୍ତମାନ ଓ ଭବିଷ୍ୟତର କାହାଣୀ ଭିତରେ ଆକ୍ସନ,ରୋମାଂଚ ସହ ଦମଦାର ଷ୍ଟଣ୍ଟ୍ ସିନ ଦେଖିବାକୁ ମିଳିବ । ୪ଟି ଭାଷାରେ ନିର୍ମିତ ଏହି ହଲିଉଡ ସିନେମା ଆସନ୍ତାବର୍ଷ ରିଲିଜ ହେବ । ସେହିପରି ଭାରତୀୟ ଭାଷା ତେଲୁଗୁ, ତାମିଲ,ଇଂରାଜୀ ଓ ହିନ୍ଦୀରେ ରିଲିଜ ହେବ ଏହି ଫିଲ୍ମ । ମୁଖ୍ୟ ଭୁମିକାରେ ହଲିଉଡର ଜଣାଶୁଣା କଳାକାର ଗର୍ଲ ଗାଟୋଡଙ୍କ ଅଭିନୟ ରହିଛି । ୧୯୮୪ ମସିହାରେ ଫିଲ୍ମର ପ୍ରଥମ ଭାଗ ଓ ୨୦୧୭ରେ ୨ୟ ଭାଗ ରିଲିଜ ହୋଇଥିଲା । ଭାରତୀୟ ବଜାରରେ ଏହା ଭଲ ବ୍ୟବସାୟ ମଧ୍ୟ କରିଥିଲା । ତେବେ ୱଣ୍ଡର ୱମ୍ୟାନର ଏହି ନୂଆ ପ୍ରସ୍ତୁତିରେ ଦର୍ଶକ ଏଥରକ କିଛି ନୂଆ ରୋମାଞ୍ଚ ଦେଖିବାକୁ ପାଇବେ ।


