ଦିବ୍ୟ ଜୀବନ ସଂଘ ଭେଟନଇ ଶାଖାର ନୂତନ ଗୃହ ପ୍ରବେଶ

ଦିବ୍ୟ ଜୀବନ ସଂଘ ଭେଟନଇ ଶାଖାର ନୂତନ ଗୃହ ପ୍ରବେଶ
ଦିବ୍ୟ ଜୀବନ ସଂଘ ଭେଟନଇ ଶାଖାର ନୂତନ ଗୃହ ପ୍ରବେଶ

ଆସିକା : ରବିବାର ଆସିକା ନିକଟସ୍ଥ ଭେଟନଇ ଗ୍ରାମରେ ଥିବା ଦିବ୍ୟ ଜୀବନ ସଂଘର ନିଜସ୍ୱ ଗୃହ ପ୍ରବେଶ “ଚିଦାନନ୍ଦ ସାଂସ୍କୃତିକ କେନ୍ଦ୍ର” ଏବଂ ଏକ ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆସିକା ଦିବ୍ୟ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶା ଦିବ୍ୟ ଜୀବନ ସଂଘ ସମନ୍ୱୟ ସମିତିର ମୁଖ୍ୟ ସଂଗଠକ ଜୟଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ବ୍ରହ୍ମ ମୁହୁର୍ତ୍ତରେ ଜୟ ଗଣେଶ କୀର୍ତ୍ତନ, ଗୁରୁସ୍ତୋତ୍ର, ଜପ ଧ୍ୟାନ, ଗୁରୁପାଦ ପୂଜା, ଭଜନ କୀର୍ତ୍ତସ ସହ ନଗର ପରିକ୍ରମା କରାଯାଇଥିଲା ପରେ ପରେ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମରେ ଦିବ୍ୟ ଜୀବନ ସଂଘର ବରିଷ୍ଠ ସନ୍ଥ ପୂଜ୍ୟ ସ୍ୱାମୀ ବ୍ରହ୍ମସାକ୍ଷାକ୍ରାରାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ବିଦ୍ୟାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ରାମଦାସାନନ୍ଦ ସରସ୍ୱତୀ ମହାରାଜଙ୍କ ସମେତ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ବିଶିଷ୍ଟ ଅତିଥିô ଭାବେ, ଆସିକା ବ୍ଳକ୍ ଚେୟାରମ୍ୟାନ ହରେକୃଷ୍ଣ ମଲ୍ଲିକ ଓ ଗ୍ରାମର ସରପଞ୍ଚ ଅମୂଲ୍ୟ ଉପାଧ୍ୟାୟଙ୍କ ସମେତ ଅନ୍ୟାନ୍ୟ ସମ୍ମାନୀୟ ଅତିଥିମାନଙ୍କ ସହ ସମନ୍ୱୟ ସମିତିର ସଭାପତି ବିପ୍ର ଚରଣ ପାତ୍ର, ଉପସଭାପତି କେ. ଶ୍ରୀଧର ଦାସ, ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ, କୋଷାଧ୍ୟକ୍ଷ ଶାନ୍ତି ଭୂଷଣ ପଣ୍ଡା, ଲକ୍ଷ୍ମୀ ନାରାୟଣ ନାହାକ, ଉପଦେଷ୍ଟା ଦେବହରି ମହାନ୍ତି, ପି. ଗୋପିନାଥ ଦୋରା ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ସ୍ୱାମୀଜୀମାନେ ଓ ଅତିଥିମାନେ ସ୍ୱାମୀ ଶିବାନନ୍ଦ ଓ ଚିଦାନନ୍ଦ ବାଣୀକୁ ଆଶୀର୍ବଚନ ମାଧ୍ୟମରେ ବହୁ ଉପାଦେୟ ଉପଦେଶମାନ କହିଥିଲେ । ସ୍ୱାମୀଜୀଙ୍କ ପ୍ରାୟ ୩୦୦ ରୁ ଉଦ୍ଧ୍ୱର୍ ଆଧ୍ୟାତ୍ମିକ ବହି ପ୍ରକାଶିତ ହୋଇଛି । ସେଥି ମଧ୍ୟରୁ ସାରାଂଶ ସ୍ୱରୂପ କେତେକ ବାଣୀ ଯଥା: “ଭଲ ହୁଅ, ଭଲ କର”, “ଇଦଂ ଶରୀରଂ ପରୋପକାରାୟ”- ଏହି ଶରୀରର ଉଦ୍ଦେଶ୍ୟ ହେଉଛି ପରର ଉପକାରରେ ଲାଗିବା । ଜୀବନ ଥିବା ପର୍ଯ୍ୟନ୍ତ ପରୋପକାରରେ ଲିପ୍ତ ରହିବା । ଏହାଠାରୁ ଆଉ ବଳି ମହାପୁଣ୍ୟ କିଛି ନାହିଁ । ସଂସାରରେ ପ୍ରତିଟି ମୁହୁର୍ତ୍ତ ଶିକ୍ଷଣୀୟ । ଆମ୍ଭେ ପରିବେଶରୁ, ପରିସ୍ଥିତିରୁ ଏବଂ ବୟୋଜ୍ୟେଷ୍ଠଙ୍କ ଠାରୁ ତଥା ସଂସ୍କୃତି ଓ ପରମ୍ପରା ଆଦିରୁ ବହୁ ମୂଲ୍ୟବାନ ଶିକ୍ଷଣୀୟ ବସ୍ତୁ ଆମ୍ଭେ ପ୍ରାପ୍ତ କରିବା । କିନ୍ତୁ ଆପ୍ତ ବାକ୍ୟ ଅର୍ଥାତ୍ ମହାପୁୁରୁଷମାନଙ୍କ ବାଣୀରୁ ଆମ୍ଭେ ଜୀବନ ମୁକ୍ତିର ପଥ ପାଇପାରିବା । କାରଣ, ଅନୁଭବ ହିଁ ଜୀବନର ଶ୍ରେଷ୍ଠ ଗୁରୁ ଅଟେ । ଶ୍ରଦ୍ଧା, ନିଷ୍ଠା, ବିଶ୍ୱାସ ଓ ଭକ୍ତିର ସହିତ ପ୍ରାର୍ଥନା କରିବା ଦ୍ୱାରା ନିଜେ ନିଜେ ହିଁ ଭଗବାନଙ୍କର ସାନ୍ନିଧ୍ୟ ଲାଭ କରିପାରିବେ । ଭେଟନଇ ଦିବ୍ୟ ଜୀବନ ସଂଘର ସଭାପତି ଖଦାଳ ନାହାକ,ସମ୍ପାଦକ କାମରାଜୁ ଗୌଡ଼, କୋଷାଧ୍ୟକ୍ଷ ବିକ୍ରମ ନାହାକ ଓ ଅନ୍ୟାନ୍ୟ ଭକ୍ତମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁଙ୍କ ସହ ଆସିକା ଦିବ୍ୟ ଜିଲ୍ଲା ଅନ୍ତର୍ଗତ ସମସ୍ତ ଶାଖା ସହିତ ଗଞ୍ଜାମ ଜିଲ୍ଲାର ସମସ୍ତ ଶାଖା ଓ ଅନ୍ୟାନ୍ୟ ଶାଖାର ସମସ୍ତ ସଦସ୍ୟମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ । ଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ