ଦିଲ୍ଲୀରେ ନାମାଙ୍କନ ପତ୍ର ଦାଖଲ ନେଇ ବାସ ଭବନ ସମ୍ମୁଖରେ ନୃତ୍ୟ ଆତଶବାଜୀ : ମିଷ୍ଟାନ ବଣ୍ଟନ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଆଜି ଭାରତ, ଓଡ଼ିଶା, ମୟୂରଭଞ୍ଜ, ରାଇରଙ୍ଗପୁର ଏକ ଐତିହାସିକ ଦିନ । ଆଜିର ଦିନରେ ଏନଡିଏ ପ୍ରାର୍ଥିନୀ ରାଇରଙ୍ଗପୁର ମାଟିର ସୁକନ୍ୟା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦିଲ୍ଲୀରେ ନାମାଙ୍କନପତ୍ର ଦାଖଲ କରୁଛନ୍ତି । ଏହାକୁ ନେଇ ତାଙ୍କ ରାଇରଙ୍ଗପୁର ବାସ ଭବନ ସମ୍ମୁଖରେ ଜାତି ଦଳ, ମତ, ନିର୍ବିଶେଷରେ ହଜାର ହଜାର ଶୁଭେଛୁ ଛୁଟି ଆସି ନୃତ୍ୟ, ଆତଶବାଜୀମିଷ୍ଟାନ୍ନ ବଣ୍ଟନ, କେକ ବଣ୍ଟନ, ପରସ୍ପରକୁ ଆଲିଙ୍ଗନ କରିବାର ନିଆରା ଦୃଶ୍ୟ ଦେଖିବାକୁ ମିଳୁଥିଲା । ମାଡାମ ଦ୍ରୌପଦୀ ମୁର୍ମୁ ଙ୍କ ଘର ସମ୍ମୁଖ ଜାତୀୟ ରାଜପଥ ୨୨୦ ନମ୍ବର ଏକ ରକମର ଗହଳିପୁର୍ଣ ହୋଇ ଉଠିଥିଲା । ପୋଲିସକୁ ଗହଳି କମାଇବାକୁ ନାକେଦମ ହେବାକୁ ପଡ଼ିଥିଲା । ଆଦି-ବାସୀ ଲୋକେ ତାଙ୍କ ନିଜ ପାରଂପାରିକ ବେଶଭୂଷାରେ ଢୋଲ, ବାଜା, ମାଦଳରେ ଉତ୍ସବ ମୁଖର କରି ଦେଇଥିଲେ ସମଗ୍ର ରାଇରଙ୍ଗପୁର ସହରକୁ । ଚାରିଆଡେ ଆନନ୍ଦ ଓ ଖୁସିର ହାସଲ ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ