ଦିଲ୍ଲୀ ଅଗ୍ନିକାଣ୍ଡରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଦିଲ୍ଲୀ ଅନାଜ ମଣ୍ଡିରେ କେନ୍ଦ୍ର ସରକାର, ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ମହାନଗର ନିଗମ ପ୍ରଶାସନର ଅବହେଳା ଏବଂ ବେଆଇନ୍ ଶିଳ୍ପପତିଙ୍କ ସହ ଅସାଧୁ ମେଣ୍ଟ ଯୋଗୁଁ ଭୟାବହ ଅଗ୍ନିକାଣ୍ଡରେ ୧୦୦ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ପ୍ରତ୍ୟେକ ମୃତ ଶ୍ରମିକଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ସମ୍ପୂର୍ଣ୍ଣ ଚିକିତ୍ସା ପ୍ରଦାନ କରିବାକୁ ଏଆସିସିଟିୟୁ ପକ୍ଷରୁ ଦାବି କରାଯାଇଛି । ମୁନାଫାଖୋର ଦ୍ୱାରା ଶ୍ରମିକ ହତ୍ୟାର ବିରୋଧ, କାର୍ଯ୍ୟସ୍ଥଳୀରେ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଶ୍ରମ ଆଇନ୍ କଡ଼ାକଡ଼ି କାର୍ଯ୍ୟକାରୀ କରିବା, ଶ୍ରମ ଆଇନ୍‌କୁ କାର୍ଯ୍ୟକାରୀ କରିବାରେ ଅବହେଳା ପାଇଁ ଦାୟୀ ଫ୍ୟାକ୍ଟ୍ରି ମାଲିକ ଏବଂ ପ୍ରଶାସନିକ ଅଧିକାରଙ୍କୁ କଠୋର ଦଣ୍ଡ ଦେବା, ଫ୍ୟାକ୍ଟ୍ରି ଆଇନ୍‌ରେ ଶ୍ରମିକ ବିରୋଧୀ ସଂଶୋଧନ ବାତିଲ କରିବା, ଶିଶୁ ଶ୍ରମିକ ନିଯୁକ୍ତି ବାତିଲ କରିବା, ପ୍ରବାସୀ ଶ୍ରମିକଙ୍କୁ ପଞ୍ଜିକରଣ ଏବଂ ସୁରକ୍ଷା ଦେବାପାଇଁ ଆଇନ୍ ପ୍ରଣୟନ କରିବାକୁ ମଧ୍ୟ ଦାବି କରାଯାଇଛି । ଆଜିର ଏହି ପ୍ରତିବାଦ ଓ ବିକ୍ଷୋଭରେ ଏଆଇସିସିଟିୟୁର ରାଜ୍ୟ ସମ୍ପାଦକ ମହେନ୍ଦ୍ର ପରିଡ଼ା, କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ସେଠି, ଉପସଭାପତି ବଂଶୀଧର ପରିଡ଼ା, ଉପେନ୍ଦ୍ର ସାହୁ, ସମ୍ପାଦକ ମାନସ ପ୍ରଧାନ, ଗଙ୍ଗାରାମ ସୁନା, ଲିଙ୍ଗରାଜ ଚୌଧୁରୀ ପ୍ରମୁଖ ଅଂଶ ଗ୍ରହଣ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ