ଦିଲ୍ଲୀ ଏବଂ ନାନ୍ଦନିକର ମିଳିତ ଆନୁକୂଲ୍ୟରେ ‘ରାଷ୍ଟ୍ରୀୟ ଏକତା ଦିବସ’

କୋରାପୁଟ, (ଯୁଗାବ୍ଦ ନ୍ୟୁଜ):କୋରାପୁଟର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ନାନ୍ଦନୀକ ଏବଂ ଭାରତ ସରକାରଙ୍କ ସଙ୍ଗୀତ ନାଟକ ଏକାଡେମୀ, ଦିଲ୍ଲୀ ମିଳିତ ଆନୁକୂଲ୍ୟରେ ପଥପ୍ରାନ୍ତ ନାଟକ ‘ଲୌହ ମାନବ’ ମଞ୍ଚସ୍ଥ ହୋଇଯାଇଛି ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ । ସୋମବାର କୋରାପୁଟ ସଂସ୍କୃତି ଭବନ ସମ୍ମୁଖ ଏବଂ ଶ୍ରୀ ଗୁରୁକୁଳ ବିଦ୍ୟାଳୟ ସମ୍ମୁଖରେ ନାଟକଟିକୁ ପରିବେଷଣ କରାଯାଇଥିଲା । ନାଟକ ରଚନା କରିଥିଲେ ଶ୍ରୀ ଗୌରୀ ପ୍ରସାଦ ରଥ ଓ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀମତୀ ମୋନିଦୀପା ଗୁପ୍ତା ଏବଂ ସୌମେନ୍ଦ୍ର କୁମାର ସ୍ୱାଇଁ ।ନାଟକରେ ଯୋଗଦାନ କରିଥିଲେ ଅଭୟ, ଦିଲ୍ଲୀପ, ବଣ୍ଟି, ଶୁଭାଶିଷ, ମିର୍ତ୍ସା, ପ୍ରକାଶ, ଆବାତିସ୍, ଜସ୍ମିନ୍, ତନ୍ମୟ, ସୌମେନ୍ଦ୍ର, ପ୍ରପର୍ଣି, ମୋନିଦୀପା । ଏହି ନାଟକରେ ଭାରତକୁ ଏକିକରଣ କରିବାରେ ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ଭୂମିକା ଦର୍ଶାଯାଇଛି। ଏହି ଉତ୍ସବରେ କୋରାପୁଟ ଜିଲ୍ଲା ସଂସ୍କୃତି ଅଧିକାରୀ, କୋରାପୁଟର ବିଶିଷ୍ଟ ବ୍ୟକ୍ତିତ୍ଵ, ବିଭିନ୍ନ ବିଦାଳୟ, କଲେଜ ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଶିକ୍ଷକ-ଶିକ୍ଷିକା ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ