ଗୋବିନ୍ଦପୁରରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ବନ୍ତ, (ଚାନ୍ଦିନୀ ମହାନ୍ତି):ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସମଗ୍ର ରାଜ୍ୟରେ ଗାନ୍ଧୀ ଜୟନ୍ତୀ ଠାରୁ ଜନସଂପର୍କ ପଦଯାତ୍ରା ଚାଲୁ ରହିଥିବା ବେଳେ ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଜେଡି ସମ୍ପାଦକ ତଥା ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲଙ୍କ ପରାମର୍ଶ କ୍ରମେ ପୂର୍ବତନ ସରପଞ୍ଚ ତିଳୋତ୍ତମା ବାରିକଙ୍କ ତତ୍ତ୍ୱାବଧାନ ଏବଂ ନିରଞ୍ଜନ ମଲ୍ଲିକଙ୍କ ସହଯୋଗରେ ଅନୁଷ୍ଠିତ ଏହି ପଦଯାତ୍ରାରେ ୫ ଶହରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ କର୍ମୀ ଯୋଗ ଦେଇଥିଲେ । ଏହି ପଦଯାତ୍ରା ପଙ୍ଗୀରା ସ୍କୁଲ ଠାରୁ ଆରମ୍ଭ ହୋଇ ଗଭିଗଢିଆ ଠାରେ ଶେଷ ହୋଇଥିଲା । ଏଥିରେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ପୂର୍ବତନ ଜିଲା ପରିଷଦ ସଭ୍ୟ ଅନନ୍ତ ଗୋପାଳ ଦାସ, ପଞ୍ଚାୟତ ବିଜେଡି ସଭାପତି ବାଇଧର ଓଝା, ସନ୍ତୋଷ ବାରିକ, ସେଣ୍ଢତୀରା ପଞ୍ଚାୟତ ବିଜେଡି ସଭାପତି ହୃଷିକେଶ ପାତ୍ର, ସେଣ୍ଢତୀରା ସରପଞ୍ଚ ପ୍ରଶାନ୍ତ ଦାସ, ବିଶ୍ୱନାଥ ମଲ୍ଲିକ, ନଟବର ମୁଦୁଲି, ପଙ୍କଜ ପଲେଇ, ବାମଦେବ ବାରିକ, ଈଶ୍ୱର ମହାନ୍ତି, ନାଲୁ ବସନ୍ତିଆ, କୁଳମଣି ଦାଶ, ଧନେଶ୍ୱର ଖଣ୍ଡେଇ, ଲିଟୁ ନାୟକ, ସିପୁନ୍ ଜେନା, ଶୁଭଶ୍ରୀ ଶୁଭସ୍ମିତା ବାରିକ, ଶିବ ଚରଣ ପହି, ଅଶୋକ ତ୍ରିପାଠୀ, ସୁବ୍ରତ ରାଉତ, ରମଣି ରଞ୍ଜନ ବେହେରା, ଗୌରାଙ୍ଗ ରାଉତ, ନାରାୟଣ ବାରିକ, ବନମାଳୀ ପ୍ରଧାନ, ଗୋକୁଳାନନ୍ଦ ମହାପାତ୍ର, ଗଜେନ୍ଦ୍ର ମହାପାତ୍ର, ପୂର୍ଣ୍ଣ ଚନ୍ଦ୍ର ଖଣ୍ଡେଇ, ସୁରେନ୍ଦ୍ର ପରିଡା, ସୁଧାକର ଚକ୍ରଙ୍କ ସମେତ ଅନ୍ୟ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ