ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ (ଏଜେନ୍ସି): ନୂଅଦିଲ୍ଲୀରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ରବିବାର ସନ୍ଧ୍ୟାରେ ଏକ ବଡଧରଣର ଅଗ୍ନିକାଣ୍ଡ ଘଟିଥିବା ସମ୍ପର୍କରେ ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦେଶର ଏହି ସର୍ବବୃହତ୍ ହସ୍ପିଟାଲର ଟ୍ରୋମା ସେଣ୍ଟରରେ ଦୁର୍ଭାଗ୍ୟବଶତଃ ଅଗ୍ନିସଂଯୋଗ ହୋଇଯାଇଥିଲା । ସୂଚନା ପାଇ ଅଗ୍ନିଶମ ବିଭାଗର ୬ଟି ଦମକଳ ଗାଡ଼ି ପହଞ୍ôଚ ଉଦ୍ଧାରକାର୍ଯ୍ୟ ତଥା ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ନିଆଁ ଲିଭା କାମ ତଥା ରୋଗୀଙ୍କ ସଂପର୍କୀୟ ଏବଂ ସାଧାରଣ ନାଗରିକମାନଙ୍କୁ ହସ୍ପିଟାଲ ପରିସର ବାହାରକୁ ଅଣାଯିବା ପ୍ରକ୍ରିୟା ଜାରି ରହିଛି । ତେବେ ଏମ୍ସର ତଳ ମହଲାରେ ନିଆଁ ଲାଗିଥିବାରୁ ସେପରି ବିଶେଷକିଛି କ୍ଷତି ହେବ ନାହିଁ ବୋଲି ଆକଳନ କରାଯାଉଛି । ପୂର୍ବରୁ ଅର୍ଥାତ୍ ୨ଠ୧୮ ଅଗଷ୍ଟରେ ଏବଂ ୨ଠ୧୬ ଡିସେମ୍ବରରେ ମଧ୍ୟ ଏହି ହସ୍ପିଟାଲରେ ଦୁଇ ୨ଥର ଅଗ୍ନିକାଣ୍ଡ ଘଟିସାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ